fbpx

SCBରେ ଆରମ୍ଭ ହେଲା ECMO ଚିକିତ୍ସା; ନିଶ୍ଚିନ୍ତକୋଇଲିର ମହିଳାଙ୍କୁ ମିଳିଲା ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ଏସସିବିରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା ସୁବିଧା । ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସସିବିରେ ଇକମୋ ଚିକିତ୍ସା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ନିଶ୍ଚିନ୍ତକୋଇଲିର ଜନୈକ ମହିଳାଙ୍କ ଠାରୁ ଏହି ଚିକିତ୍ସାର ଆରମ୍ଭ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ଇକମୋ ଚିକିତ୍ସା କରାଯାଇଥିଲା ।

ମହିଳା ଜଣଙ୍କ କୋଭିଡ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏସସିବିରେ ୯ଟି ଇକମୋ ମେସିନର ଉଦଘାଟନ କରିଥିଲେ ।

Get real time updates directly on you device, subscribe now.