fbpx

ପଞ୍ଜଶୀର ଦଖଲରେ ତାଲିବାନ ବିଫଳ; ଅନ୍ତିମ ପର୍ଯ୍ୟାୟରେ ଆମେରିକାର ଏୟାରଲିଫ୍ଟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦେଖା ଦେଇଥିବା ଗୃହ ଯୁଦ୍ଧ ପରସ୍ଥିତି ଥମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ । ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ପଞ୍ଜଶୀର ଦଖଲ କରିବାରେ ବିଫଳ ରହିଛି । ତେବେ ତାଲିବାନୀ ଯୋଦ୍ଧା ମାନେ ପଞ୍ଜଶୀରରେ ପ୍ରବେଶ କରି ସାରିଛନ୍ତି ଏବଂ ଖୁବ ଶୀଘ୍ର ପଞ୍ଜଶୀର ମଧ୍ୟ ତାଲିବାନ କବଜାକୁ ଆସିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ମାତ୍ର ପପୁଲାର ରେଜିଷ୍ଟାନ୍ସ ଫୋର୍ସ ଏହାକୁ ଅସ୍ୱୀକାର କରିଛି । ତାଲିବାନ ପଞ୍ଜଶୀର ଦଖଲରେ କେବେବି ସଫଳ ହେବ ନାହିଁ ବୋଲି ଫୋର୍ସ କହିଛି ।

କାବୁଲ ବିମାନ ବନ୍ଦର ସିରିଜ ବିସ୍ଫୋରଣ ପରେ ଆମେରିକୀୟ ଏୟାରଲିଫ୍ଟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତାଲିବାନ ପକ୍ଷରୁ ଅଗଷ୍ଟ ୩୧ର ଡେଡଲାଇନ ରଖାଯାଇଥିବା ବେଳେ ଆମେରିକା ପକ୍ଷରୁ ଏହାର ନାଗରିକଙ୍କୁ ଏୟାରଲିଫ୍ଟ କରାଯାଇଛି । ବିମାନ ବନ୍ଦର ଉପରେ ଆହୁରି ଆକ୍ରମଣର ସମ୍ଭାବନା ରହିଥିବା ନେଇ ପେଣ୍ଟାଗନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଜଲଦି ଆଫଗାନ ଛାଡିବା ପାଇଁ ଏହାର ନାଗରିକଙ୍କୁ ପରାମର୍ଶ ଦେଇଛି । ବିସ୍ଫୋରଣ ପରେ ବିମାନ ବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ତାଲିବାନୀ ଯୋଦ୍ଧା ମାନେ ବିମାନ ବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୧୪୦୦ ଆମେରିକୀୟ ନାଗରିକ ଆଫଗାନିସ୍ତାନରେ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.