fbpx

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତେ ତାମିଲନାଡୁର ଶ୍ରମିକ ହୋଇଥିବା ଜଣାପଡିଛି । ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ । ଅଭିଯୁକ୍ତମାନେ ପୀଡାତାଙ୍କୁ ୩ ଲକ୍ଷ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଗତ ୨୪ ତାରିଖ ଦିନ ମହୀଶୂର ଚାମୁଣ୍ଡି ପାହାଡ ନିକଟ ଦେଇ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ ଯାଉଥିବା ବେଳେ ଦୁବୃର୍ତ୍ତ ମାନେ ହଠାତ ଆସି ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିବା ସହ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ ମାରିଥିଲେ । ଏନେଇ ପୀଡିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଥାନାରେ ମଧ୍ୟ ଏକ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.