fbpx

ବିଏମ୍‌ସି କମିଶନରଙ୍କ ଭବିଷ୍ୟବାଣୀ: ୨୦୫୦ ବେଳକୁ ସମୁଦ୍ର ଗର୍ଭରେ ଲୀନ ହେବ ମୁମ୍ବାଇର ୮୦% ଅଞ୍ଚଳ

ମୁମ୍ବାଇ : ୨୦୫୦ ବେଳକୁ ଅର୍ଥାତ ଆଉ ୨୯ ବର୍ଷ ପରେ ମୁମ୍ବାଇ ସହରର ୮୦% ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବାଇ ସହର ପାଇଁ ଏଭଳି ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୫୦ ସୁଦ୍ଧା ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ, ରାଜ୍ୟ ସଚିବାଳୟ ‘ମନ୍ତ୍ରଣାଳୟ ସମେତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ପାଣିରେ ବୁଡ଼ିଯିବ । ମହାରାଷ୍ଟ୍ରର ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇ ଜଳବାୟୁ ଆକ୍ସନ ପ୍ଲାନ ଏବଂ ଏହାର ୱେବସାଇଟର ଉଦଘାଟନୀ ଉତ୍ସବରେ ଏପରି କହିଛନ୍ତି ଇକବାଲ ସିଂ ଚାହଲ ।

ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦକ୍ଷିଣ ମୁମ୍ବାଇରେ ଥିବା ଏ, ବି, ସି ଏବଂ ଡି ୱାର୍ଡର ୭୦ ପ୍ରତିଶତ ଜଳମଗ୍ନ ହେବ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ଭବିଷ୍ୟତରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଲୋକମାନେ ସଚେତନ ନହେଲେ ସ୍ଥିତି ‘ବିଜ୍ଜନକ’ ହେବ । ମୁମ୍ବାଇ ସହରର “କଫ ପ୍ୟାରେଡ, ନରିମାନ ପଏଣ୍ଟ ଏବଂ ମନ୍ତ୍ରାଣାଳୟ ଅଶି ପ୍ରତିଶତ ଅଞ୍ଚଳ ଗାୟବ୍‌ ହୋଇଯିବ ଅର୍ଥ ପାଣିରେ ବୁଡ଼ିଯିବ ।

Get real time updates directly on you device, subscribe now.