fbpx

ମୁଖ୍ୟ ଶାସନ ସଚିବଙ୍କ ୨ଦିନିଆ କନ୍ଧମାଳ ଗସ୍ତ: ଆଜି ସ୍ମାର୍ଟ ସ୍କୁଲ, ଫୁଲବାଣୀ ଡାକ୍ତରଖାନାରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷା କରିବେ

କନ୍ଧମାଳ,(ଭାସ୍କର ନ୍ୟୁଜ୍‌): ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ଶନିବାର ଅପରାହ୍ନ ୨ଟା ବେଳେ କାର୍‌ ଯୋଗେ ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚିଛନ୍ତି । ରବିବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଫୁଲବାଣୀରେ ହେବାକୁ ଥିବା ମେଡିକାଲ କଲେଜର ନିର୍ମଣ କାର୍ଯ୍ୟ, ସ୍ମାର୍ଟ ସ୍କୁଲ ଫୁଲବାଣୀ ଡାକ୍ତରଖାନାରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିବାପରେ ଅପରାହ୍ନରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବିକ, ଶନିବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚି ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ସେ ଫୁଲବାଣୀ ଉପକଣ୍ଠ ସାର୍ତାଗୁଡାରେ ନବନିର୍ମିତ ବୃଦ୍ଧାଶ୍ରମ ବୁଲି ଦେଖିଥିଲେ । ସଂନ୍ଧ୍ୟା ସମୟରେ ଫୁଲବାଣୀ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସେହି କାର୍ଯ୍ୟକ୍ରମ ଗୁଡିକର ସୁଫଳ ଯେପରି ଜିଲ୍ଲାର ଗ୍ରାମାଞ୍ଚଳର ଲୋକମାନେ ସୁବିଧାରେ ପାଇ ପାରିବେ ସେହି ଦିଗରେ କାର୍ଯ୍ୟ କରିବାକୁ ସମସ୍ତ ଅଧନସ୍ତ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ବିଶ୍ୱରଞ୍ଜନ ନାୟକ,ଫୁଲବାନୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର,ବାଲିଗୁଡା ଉପଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ସ୍ତରୀୟ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Get real time updates directly on you device, subscribe now.