ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୭୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୯୭ ଜଣ ଚିହ୍ନଟ ହେବା ସହ ୧୨୫ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮ ହଜାର ୪୬୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୩ ହଜାର ୨୩୫ ରହିଥିବା ବେଳେ ୭ ହଜାର ୧୫୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 31st August
New Positive Cases : 719
Of which 0-18 years: 125
In quarantine: 422
Local contacts: 297(Details of local contacts will be shared by concerned Dist Administration)
District Wise Cases:
1. Angul: 18
2. Balasore: 43
3. Bargarh: 1— I & PR Department, Odisha (@IPR_Odisha) September 1, 2021
21. Mayurbhanj: 30
22. Nawarangpur: 1
23. Nayagarh: 11
24. Puri: 14
25. Rayagada: 2
26. Sambalpur: 12
27. Sonepur: 2
28. Sundargarh: 19
29. State Pool: 57New recoveries: 762
Cumulative tested: 18134288
Positive: 1008469
Recovered: 993235
Active cases: 7159— I & PR Department, Odisha (@IPR_Odisha) September 1, 2021