fbpx
BJD SKY
BJD SKY

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଇବାରୁ କଟକଣା ମଧ୍ୟ କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଲିଙ୍ଗରାଜ ମନ୍ଦିର । କୋଭିଡ ଗାଇଡଲାଇନ୍ ଅନୁପାଳନ କରି ଦର୍ଶନ କରିବାକୁ ଅନୁମତି ଦିଆଯିବ । ଥରକେ ମନ୍ଦିର ଭିତରକୁ ଶହେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି ।

ତେବେ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ ତାରିଖରୁ ଖୋଲିବାକୁ ବିଏମସି ପକ୍ଷରୁ ଶୁକ୍ରବାର ନୂତନ ଗାଇଡଲାଇନ ଜାରି କରାଯାଇଥିଲା । କୋଭିଡକୁ ଦୃଷ୍ଟିରେ ରଖି ଏହି ମାର୍ଗଦର୍ଶିକା ଜାରି ଜାରି ହୋଇଛି । ଦୁଇଟି ଡୋଜର ଟିକା ନେଇଥିଲେ ହିଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ପ୍ରଦାନ କରାଯିବ । ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ । ଗର୍ଭଗୃହ ଦର୍ଶନ ବନ୍ଦ ରଖାଯିବ ଏବଂ ଏକା ଥରକେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ପ୍ରଦାନ କରାଯିବ । ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରଖାଯାଇଛି । ଏହା ବ୍ରତିତ ରୋଗାକ୍ରାନ୍ତ, ବୟସ୍କ ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ବୋଲି ବିଏମସି ପକ୍ଷରୁୁ କୁହାଯାଇଛି ।

Get real time updates directly on you device, subscribe now.