fbpx

ଭିଡିଓ ଭାଇରାଲ: ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକଙ୍କୁ ନିଲମ୍ବିତ

ରାୟଗଡ଼(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ରାୟଗଡ଼ର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକଙ୍କୁ ନିଲମ୍ବିତ କରାଯାଇଛି । ମଦ ବ୍ୟବସାୟୀଙ୍କୁ ନେଇ ଲାଞ୍ଚ ମାଗିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣ ଅବକାରୀ କନଷ୍ଟେବଲଙ୍କୁ ନିଲମ୍ବିତ ହୋଇଥିଲେ । ଘଟଣାକୁ ନେଇ ଏବେବି ଖୋଳତାଡ଼ ଜାରି ରହିଛି ।

ତେବେ ଗତ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ ଗୁଣୁପୁରର ଏକ ହୋଟେଲରେ ମଦ ବ୍ୟବସାୟରୀଙ୍କ କର୍ମଚାରୀଙ୍କଠାରୁ ଲାଞ୍ଚ କାରବାରକୁ ନେଇ କଥାବାର୍ତ୍ତାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଥିଲା । ପରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.