fbpx

ନିର୍ଭୟା ମାମଲା, ଦୋଷୀ ବିନୟର ଆଉ ଏକ ଚାଲ୍

ନୂଆଦିଲ୍ଲୀ, ୨୦ା୨: ପୁଣିଥରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ସମ୍ପୃକ୍ତ ଥିବା ଦୋଷୀ ବିନୟ ଫାଶୀରୁ ବଞ୍ଚିବା ପାଇଁ ଆଉ ଏକ ନୂଆ ଚାଲ ଚଲେଇଛି । ସେ ନିର୍ବାଚନ ଆୟୋଗରେ ଆବେଦନ ଦାଖଲ କରିଛି । ସେଠରେ ରାଜକ୍ଷମା ଖାରଜ ପ୍ରକ୍ରିୟାକୁ ଅସାମ୍ବିଧାନିକ ଓ ବେଆଇନ ବୋଲି ଦର୍ଶାଇଛି । ସୂଚନାଯୋଗ୍ୟ ଯେ ରାଜକ୍ଷମା ଖାରଜ ପାଇଁ ସୁପାରିସ କରିଥିଲେ ସତ୍ୟେନ୍ଦ୍ର ଜୈନ ।

ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ଗତ ୧୯ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବ । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ଦୋଷୀମାନେ ଫାଶୀ ଆଳରୁ ବଞ୍ଚିବା ପାଇଁ ନୂଆ ନୂଆ ଚାଲ ଖେଳିବାରେ ଲାଗି ପଡ଼ିଛନ୍ତି ।

Get real time updates directly on you device, subscribe now.