fbpx

LIC ର ଏହି ଯୋଜନାରେ ପ୍ରତିଦିନ ୨୦୦ ଟଙ୍କା ନିବେଶ କରନ୍ତୁ, ୨୦ ବର୍ଷ ପରେ ପାଆନ୍ତୁ ୨୮ ଲକ୍ଷ

ନୂଆଦିଲ୍ଲୀ: LIC ର ପଲିସିରେ ନିବେଶ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ରହିଛି ଏକ ଲାଭଦାୟକ ଯୋଜନା, ଯେଉଁଥିରେ ଆପଣ ପ୍ରତିଦିନ ୨୦୦ ଟଙ୍କା ନିବେଶ କରି ୨୦ ବର୍ଷ ପରେ ୨୮ ଲକ୍ଷ ଟଙ୍କା ପାଇପାରିବେ । ଖାସ୍ ଖଥା ହେଉଛି କି, ଯୋଜନା ଅଧିନରେ ଆପଣଙ୍କୁ ୧୫ ହଜାର ଟଙ୍କାରୁ ଅଧିକ ପେନସନ୍ ବି ମିଳିବ । ଅର୍ଥାତ୍ ଆପଣ ପ୍ରତିଦିନ କିଛି କିଛି ସେଭିଂ କରି ଲକ୍ଷପତି ହୋଇପାରିବେ ।

 

ଏଲଆଇସିର ଏହି ଯୋଜନାର ନାଁ ହେଉଛି ଜୀବନ ପ୍ରଗତି ଯୋଜନା । ଏହି ପଲିସିରେ ନିବେଶ ପରିବା ଦ୍ୱାରା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ ହେବା ସହ ସମୟସୀମା ସରିବା ପରେ ଆପଣଙ୍କୁ ୨୮ ଲକ୍ଷ ଟଙ୍କା ମିଳିବ ।ଏହି ପଲିସିରେ ଆପଣଙ୍କୁ ପ୍ରତିଦିନ ୨୦୦୦ ଟଙ୍କା ଦେବାକୁ ପଡିବ । ପ୍ରତିଦିନ ୨୦୦ ଟଙ୍କା ହିସାବରେ ଆପଣ ମାସକୁ ୬୦୦୦ ଟଙ୍କା ଦେବେ । ଏଥିରେ ୨୮ ଲକ୍ଷ ଟଙ୍କା ପାଇବାକୁ ଆପଣଙ୍କୁ ୨୦ ବର୍ଷ ନିବେଶ କରିବାକୁ ପଡିବ । ନିବେଶ ସର୍ବନିମ୍ନ ୧୨ ବର୍ଷ  ଓ ସର୍ବାଧିକ ୨୦ ବର୍ଷ ହେବା ଦରକାର । ଜୀବନ ପ୍ରଗତି ନୀତି ୧୨ ବର୍ଷରୁ କମ୍ ନିବେଶକମାନଙ୍କୁ ଏହି ଯୋଜନାରେ ବିନିଯୋଗ ଆରମ୍ଭ କରିବାକୁ ଅନୁମତି ଦିଏ  । ନୀତିରେ ବିନିଯୋଗ ପାଇଁ ସର୍ବାଧିକ ବୟସ ସୀମା ହେଉଛି ୪୫ ବର୍ଷ  ।

 

ଏଲଆଇସି ଜୀବନ ପ୍ରଗତି ଏକ endowment plan  । ଏଥିରେ ସୁରକ୍ଷା ସାଙ୍ଗକୁ ସଞ୍ଚୟ  ଏକାସାଙ୍ଗରେ ମିଳିଥାଏ । ଏଥିରେ ରିସ୍କ କଭର ମଧ୍ୟ ବୃଦ୍ଧି ପାଉଛି । ଏହି ଯୋଜନାରୁ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ sum assured ସମାନ ରହିଥାଏ । ୬ରୁ ୧୦ ବର୍ଷ ପର୍ଯ୍ୟନ୍ତ ୧୨୫ %, ୧୧ରୁ ୧୫ ବର୍ଷ ପର୍ଯ୍ୟନ୍ତ ୧୫୦ % ଓ ୧୬ରୁ ୨୦ ବର୍ଷ ପର୍ଯ୍ୟନ୍ତ sum assured୨୦୦% ହୋଇଥାଏ । ଅର୍ଥାତ୍ ଲଙ୍ଗ ଟର୍ମରେ ଅଧିକ ଲାଭ ରହିଛି । ପଲିସି maturity ହେବା ପରେ ଆପଣଙ୍କୁ ୧୫, ୦୦୦ ଟଙ୍କାର ପେନସନ୍ ମିଳିବ । ଅଲଗା ପ୍ରିମିୟମ ଦେଇ Disability rider  ଓ ଦୁର୍ଘଟଣାଜନିତ ମୃତ୍ୟୁର ବି ଲାଭ ଉଠାଯାଇପାରିବ ।

Get real time updates directly on you device, subscribe now.