fbpx

ମାଟ୍ରିକ ପରୀକ୍ଷା, ଜାଣିଶୁଣି ଭଙ୍ଗାଯାଉଛି ସିସିଟିଭି

ଭୁବନେଶ୍ୱର, ୨୦ା୨(ଓଡ଼ିଶା ଭାସ୍କର): ଗତ କାଲିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ଜାଣିଶୁଣି ଭଙ୍ଗାଯାଉଛି ବୋଲି ସୂଚନା ରହିଛି । ଆଗକୁ ଏଭଳି ଘଟଣା ଅନ୍ୟ କେନ୍ଦ୍ରରେ ଘଟିବା ଆଶଙ୍କା ରହିଛି । ଏନେଇ ସମସ୍ତ ଡିଇଓମାନଙ୍କୁ ବୋର୍ଡ଼ ପରୀକ୍ଷା ନିୟନ୍ତ୍ରକ ନୋଟିସ କରିଛନ୍ତି । ଯଦି ଏପରି ଘଟଣା ଆଗକୁ ଦୃଷ୍ଟିକୁ ଆସିଲେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ନୋଟିସ ହୋଇଛି । ଏହାସହ ନଷ୍ଟ ହୋଇଥିବା ଉପକରଣର ଅର୍ଥ ସ୍କୁଲ କର୍ତ୍ତୃପକ୍ଷଙ୍କଠୁ ଆଦାୟ ହେବ ବୋଲି ସୂଚନା ମିଳିଛି । ପରୀକ୍ଷାର୍ଥୀ ଏଥିରେ ସାମିଲ ଥିଲେ ସେମାନଙ୍କ ରେଜଲ୍ଟ ପ୍ରକାଶ ପାଇବନି । ଯେଉଁଠି ସିସିଟିଭି ଲାଗିଛି ତାହା ବନ୍ଦ ନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.