fbpx

ଛକାରେ ଶତକ ପୂରଣ କଲେ Hit-man; ଭାରତ ୧୦୦ ରନରେ ଆଗୁଆ

ନୂଆଦିଲ୍ଲୀ: ପ୍ରଥମ ଇନିଂସ ବିପର୍ଯ୍ୟୟ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଭାରତ। ଭାରତୀୟ ଦଳ ତୃତୀୟ ଦିନର ଚା ପାନ ବିରତି ସୁଦ୍ଧା ୧ ୱିକେଟ୍ ହରାଇ ୧୯୯ ରନ ସଂଗ୍ରହ କରିଛି। Hit-man ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୮ମ ଟେଷ୍ଟ ଶତକ ହାସଲ କରିଛନ୍ତି। ବିଦେଶ ମାଟିରେ ରୋହିତଙ୍କ ଏହା ପ୍ରଥମ ଶତକ ହୋଇଥିବା ବେଳେ ମୋଇନ୍ ଅଲିଙ୍କୁ ଛକା ମାରି ଷ୍ଟାଇଲ ରେ ଶତକ ପୂରଣ କରିଥିଲେ।
ପ୍ରଥମ ଇଁନିଂସରେ ୯୯ ରନ ପଛୁଆ ରହିଥିବା ଭାରତକୁ ଦୁଇ ଓପନର ବଢ଼ିଆ ଆରମ୍ଭ ଦେଇଥିଲେ। ରାହୁଲ (୪୭) ଦଳୀୟ ସ୍କୋର ୮୩ରେ ପାଭିଲିଅନ ଫେରିଥିବା ବେଳେ ରୋହିତ ଓ ପୂଜାରା କିନ୍ତୁ ଚମତ୍କାର ବ୍ୟାଟିଂ କରିଥିଲେ। ଚ ପାନ ବିରତି ସୁଦ୍ଧା ରୋହିତ ୧୦୩ ଏବଂ ପୂଜାରା ୪୮ ରନରେ ବ୍ୟାଟିଂ କରୁଛନ୍ତି।

Get real time updates directly on you device, subscribe now.