ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କୋଭିଡ ପଜିଟିଭ ହୋଇଛନ୍ତି । ଶାସ୍ତ୍ରୀ କୋଭିଡ ପଜିଟିଭ ହେବା ପରେ ଭାରତୀୟ ଦଳର ଅନ୍ୟ ୩ ସପୋର୍ଟ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି । ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଶାସ୍ତ୍ରୀଙ୍କ ଲ୍ୟାଟେରାଲ ଫ୍ଲୋ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଶାସ୍ତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଫିଲ୍ଡିଂ କୋଚ୍ ଆର. ଶ୍ରୀଧର, ବୋଲିଂ କୋଚ୍ ଭରତ ଅରୁଣ ଏବଂ ଫିଜିଓ ନିତିନ ପଟେଲଙ୍କୁ ଆଇସୋଲେସନରେ ରଖାଯାଇଛି ।
ଏହି ୪ ଜଣଙ୍କୁ ଲଣ୍ଡନରେ ଆଇସୋଲେସନରେ ରଖାଯିବ ଏବଂ ଅନ୍ୟମାନେ ଦଳ ସହିତ ଅନ୍ତିମ ଟେଷ୍ଟ ପାଇଁ ମାଞ୍ଚେଷ୍ଟର ଯାତ୍ରା କରିବେ । ଶାସ୍ତ୍ରୀଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ଭାରତୀୟ ଦଳର ସମସ୍ତ ସଦସ୍ୟଙ୍କ ଲ୍ୟାଟେରାଲ ଫ୍ଲୋ ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ୪ର୍ଥ ଟେଷ୍ଟ ପାଇଁ ଅନୁମତି ଦିଆଯାଇଥିଲା ।
Next Post