fbpx

୮୬ ବର୍ଷରେ ଦଶମ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ରଖିଲେ ଏତିକି ପ୍ରତିଶତ ମାର୍କ

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ଶନିବାର ଘୋଷିତ ହୋଇଛି । ଏଥିରେ ଚୌଟାଲା ୮୮ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ଦଶମ ଓପନ ପରୀକ୍ଷାର ରେଜଲ୍ଟ ଘୋଷଣା ହେବା ପରେ ଶିକ୍ଷା ବୋର୍ଡ ଚେୟରମ୍ୟାନ ଡ. ଜଗବୀର ସିଂହ ଚୌଟାଲାଙ୍କୁ ଫୋନ କରି ୧୦ମ ଶ୍ରେଣୀର ପରିଣାମ ସଂପର୍କିତ ସୂଚନା ଦେଇଥିଲେ । ଏହା ପରେ ତାଙ୍କ ଦ୍ୱାଦଶ ଶ୍ରେଣୀ ଫଳାଫଳା ଘୋଷଣା କରାଯିବାରେ ଆଉ କୌଣସି ବାଧା ରହିବ ନାହିଁ ।

Get real time updates directly on you device, subscribe now.