fbpx
BSKY
BJD MC SKY
BJD YOUTH SKY

ଭାରତୀୟ ଶେଷ ପର୍ଯ୍ୟାୟ ବ୍ୟାଟ୍ସମ୍ୟାନଙ୍କ ଲଢ଼ୁଆ ବ୍ୟାଟିଂ, ବିଜୟଠୁ ୨୯୧ ରନ୍‌ ଦୂରରେ ଟିମ୍ ଇଂଲଣ୍ଡ

ଲଣ୍ଡନ: ସ୍ଥାନୀୟ କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ପାଇଁ ୩୬୮ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ପ୍ରଥମ ଇନିଂସରେ ୧୯୧ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ଲଢ଼ୁଆ ବ୍ୟାଟିଂ କରି ୪୬୬ ରନରେ ଅଲ ଆଉଟ ହୋଇ ଯାଇଛି । ଗତକାଲି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅସମାପ୍ତ ଦ୍ୱିତୀୟ ଇନିଂସରେ ଓପନର ରୋହିତ ଶର୍ମା(୧୨୭),କେ ଏଲ ରାହୁଲ(୪୬) ଓ ଚେତେଶ୍ୱର ପୂଜାରା(୬୧)ଙ୍କ ୱିକେଟ ହରାଇ ୨୭୧ ରନ କରିଥିବା ବେଳେ ଚତୁର୍ଥ ଦିନ ଖେଳ ଆରମ୍ଭ କରିବା ପରେ କୋହଲି(୪୪) ରବିନ୍ଦ୍ର ଜାଡେଜା(୧୭) ଅଜିଙ୍କ୍ୟ ରାହାଣେ(୦)ଙ୍କ ୱିକେଟ ହରାଇ ଆକସ୍ମିକ ବିପଦରେ ପଡି ଯାଇଥିଲା । ତେବେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୫୦ ,ପ୍ରଥମ ଇନିଂସରେ ୫୭ ରନ କରିଥିବା ଶାର୍ଦ୍ଦୁଳ ଠାକୁର ୬୦ ରନ ଯୋଗ କରିବା ଫଳରେ ଭାରତର ସ୍ଥିତିରେ ସୁଧାର ଆସିଥିଲା ।

ସେହିପରି ପେସ୍‌ ବୋଲର ଉମେଶ ଯାଦବ ଇଂଲଣ୍ଡ ବୋଲରଙ୍କୁ କଡା ଜବାବ ଦେଇ ୨ ଛକା ଓ ଗୋଟିଏ ଚୌକା ବଳରେ ୨୩ ବଲରୁ ୨୫ ଓ ଯଶପ୍ରୀତ ବୁମରା ୪ ଚୌକା ସହାୟତାରେ ୩୮ ବଲରୁ ୨୪ ରନ କରିବା ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ କରିବାକୁ ସମର୍ଥ ହୋଇ ଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ୱକ୍ସ ସର୍ବାଧିକ ୩ ୱିକେଟ ହାସଲ କରିଥିବା ବେଳେ ମୋଇନ ଅଲି ଓ ଓଲି ରବିନସନ ୨ ଲେଖାଏଁ ଏବଂ ଜେମ୍ସ ଆଣ୍ଡରସନ ,କ୍ରେଗ ଓଭରଟନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସୂଚନା ଯୋଗ୍ୟ ଯେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୧ ରନ କରି ୯୯ ରନରେ ଆଗୁଆ ହୋଇଥିଲା । ତେବେ ଦ୍ୱିତୀୟ ଇନିଂସରେ ୩୬୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ
କରି ୭୭ ରନ୍‌ ସଂଗ୍ରହ କରିଛି । ଚତୁର୍ଥ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ହସିବ ହମିଦ ୪୩ ଓ ରୋରି ବର୍ଣ୍ଣସ ୩୧ ରନ୍‌ କରି ଅପରାଜିତ ରହିଛନ୍ତି । ତେବେ ଅନ୍ତିମ ଦିବସରେ ଇଂଲଣ୍ଡ ବିଜୟ ପାଇଁ ଆଉ ୨୯୧ ରନ୍‌ ଆବଶ୍ୟକ କରୁଛି । ଭାରତକୁ ବିଜୟ ପାଇଁ ୧୦ୱିକେଟ୍‌ ଆବଶ୍ୟକ ହେଉଛି ।

Get real time updates directly on you device, subscribe now.