fbpx

ମଦ ବିକିବାର ନୂଆ ତରିକା: ହେଟେଲ୍‌ ଓ ଦହିବରା ବେପାରୀ ବେଧଡ଼କ ବିକୁଛନ୍ତି ମଦ

କଣ୍ଟାପଡ଼ା(ଭାସ୍କର ନ୍ୟୁଜ୍‌) : ବ୍ରାହ୍ମଣସାଇଲୋ ପଞ୍ଚାୟତରେ ଜଣେ ଦହିବରା ବେପାରୀ ନାମକୁ ମାତ୍ର କିଛି ଦହିବରା ଧରି ଗାଁ ଗାଁ ରେ ବୁଲୁଥିଲେ ମଧ୍ୟ ସାଙ୍ଗରେ ବହୁ ପରିମାଣର ମଦ ନେଇ ବିକ୍ରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଲରେ କାମ କରୁଥିବା ଶ୍ରମିକମାନଙ୍କୁ ଦହିବରା ଦେବା ସହ ମଦ ମଧ୍ୟ ବିକ୍ରି କରୁଛି । ସେହିଭଳି ଦେବୀକନ୍ଦଳ ଦ୍ୱୀପାଞ୍ଚଳରେ ମୁଖ୍ୟ ଏରଞ୍ଚ ବଜାରଟି ବ୍ୟବସାୟୀଙ୍କ ମୁଖ୍ୟ ମେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରେ ଏକ ଛୋଟ ହୋଟେଲ୍‌ଟିଏ ମଧ୍ୟ ରହିଛି । ଏହି ହୋଟେଲ୍‌ଟିରେ ପ୍ରଚୁର ମାତ୍ରାରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏଭଳିକି ଆଜି ଜଣେ ବ୍ୟକ୍ତି ଉକ୍ତ ହୋଟେଲ୍‌ରେ ମଦ ମାଗିବାରୁ ହୋଟେଲ୍‌ ମାଲିକ ମନା କରିଥିବାରୁ ଏହି ବ୍ୟକ୍ତି ଜଣକ ହୋଟେଲ୍‌ ଆଗରେ ପାଟିତୁଣ୍ଡ କରୁଥିବାରୁ ଘଟଣାଟି ପଦାକୁ ଆସିଥିଲା । ଏଠାରେ ପ୍ରଶ୍ନ ଉଠୁଛି ପୋଲିସ୍‌ ଓ ଅବକାରୀ ବିଭାଗ ନଜରରୁ ହଟିବା ନିମନ୍ତେ ନୂତନ ନୂତନ ତରିକା ବ୍ୟବସାୟୀ ମାନେ ଆପଣାଉଛନ୍ତି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜିବୀ ମାନେ ଦାବି କରୁଛନ୍ତି ।

Get real time updates directly on you device, subscribe now.