fbpx
BJD SKY
BJD SKY

‘ଇଛା ହେଲା ତ ମାରି ଦେଲି’, ମହିଳାଙ୍କୁ ଛୁରିରେ ମାରିବା ପରେ କହିଲା ଅଭିଯୁକ୍ତ

BJD

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର ଲିଙ୍କ ରୋଡ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଘରେ ପ୍ରବେଶ କରି ଏକ ଅଜଣା ବ୍ୟକ୍ତି ୨ ମହିଳାଙ୍କୁ ଛୁରି ମାରି ଆଘାତ କରିଥିଲା । ଆକ୍ରମଣ ପରେ ଅଭିଯୁକ୍ତ ରହସ୍ୟମୟ ଭାବେ ଘଟଣାସ୍ଥଳରୁ ଫେରାର୍ ହୋଇଥିଲା । ମହିଳାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଗୋଟିଏ ଅଞ୍ଚଳରେ ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ ହେବାରୁ ପୋଲିସକୁ ଅଭିଯୁକ୍ତକୁ ସାଇକୋ ବୋଲି ସନ୍ଦେହ କରିଥିଲା ।

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅନେକ ଟିମକୁ ନିୟୋଜିତ କରିଥିଲା । ଅନେକ ସିସିଟିଭି ଖୋଜିବା ପରେ ଅଭିଯୁକ୍ତକୁ ଧରିଥିବା ଗାଜିଆବାଦ ପୋଲିସ କହିଛି । ଗାଜିଆବାଦ ପୋଲିସର କହିବା ଅନୁସାରେ, ଅଭିଯୁକ୍ତର ନାଁ ସୋନୁ ହୋଇଥିବା ବେଳେ ବୟସ ମାତ୍ର ୩୫ ବର୍ଷ । ସୋନୁ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରେ ।

ପଚରାଉଚରା ପରେ ଅଭିଯୁକ୍ତ ସୋନୁର ବୟାନ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଯେଉଁ ମହିଳାଙ୍କୁ ସେ ଆକ୍ରମଣ କରିଥିଲା , ସେମାନଙ୍କ ସହ ସୋନୁର କୌଣସି ଚିହ୍ନା ନଥିଲା କି ସେମାନେ କୌଣସି ଶତ୍ରୁ ନଥିଲେ । ଇଛା ହେବାରୁ ମହିଳାଙ୍କୁ ଛୁରିରେ ଆକ୍ରମଣ କରିଥିଲା ବୋଲି ସୋନୁ ପୋଲିସକୁ କହିଛି ।

ପୋଲିସର କହିବା ମୁତାବକ, ୨୦୧୫ରେ ଅଭିଯୁକ୍ତ ସୋନୁର ବାହାଘର ହୋଇଥିଲା । ବାହାଘରର ମାସେ ପରେ ସୋନୁର ପତ୍ନୀ ତାକୁ ଛାଡି ଚାଲିଯାଇଥିଲା । ଲାଗୁଛି କି, ଏହା ପରେ ମହିଳାଙ୍କ ଉପରେ ସୋନୁର ରାଗ ବଢ଼ିଯାଇଥିଲା । ଏହି କାରଣରୁ ସେ ମହିଳାଙ୍କ ଉପରେ ଆକ୍ରମଣ କରୁଥିଲା । ଏବେବି ପଚରାଉଚରା ଜାରି ରହିଛି ବୋଲି ପୋଲିସ କହିଛି ।

Get real time updates directly on you device, subscribe now.