fbpx

ଆଜିଠୁ ବିକ୍ରି ହେବ ଓଲା ଇ-ସ୍କୁଟର, ଅକ୍ଟୋବରରେ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଆଜିଠୁ ଓଲା ଇଲେକ୍ଟ୍ରିକ୍‌ର ଏସ୍‌୧ ଇ-ସ୍କୁଟର ବିକ୍ରି ଆରମ୍ଭ ହେବ  । ସେହିଭଳି ଅକ୍ଟୋବରରେ ଏହାର ଡେଲିଭରି ଆରମ୍ଭ ହେବ ନେଇ କମ୍ପାନି ପକ୍ଷରୁ ଘୋଷଣା ହୋଇଛି । ଅଗଷ୍ଟ ମାସରେ ଓଲା ଇଲେକ୍ଟ୍ରିକ୍‌ ଏହାର ଇ-ସ୍କୁଟର୍‌ର ବଜାର ପ୍ରବେଶ କରାଇଥିଲା । ବଜାରକୁ ଏହା ଦୁଇଟି ଭାରିଆଣ୍ଟ ଯଥା ଏସ୍‌୧ ଏବଂ ଏସ୍‌୧ ପ୍ରୋ ନାମରେ ଆସିଛି । ଏସ୍‌୧ ଭାରିଆଣ୍ଟର ଏକ୍ସସୋରୁମ୍‌ ମୂଲ୍ୟ ୯୯,୯୯୯ ଟଙ୍କା ହୋଇଥିବା ବେଳେ ଏସ୍‌୧ ପ୍ରୋର ଏକ୍ସସୋରୁମ୍‌ ମୂଲ୍ୟ ୧,୨୯,୯୯୯ ଟଙ୍କା ରହିଛି । ଗ୍ରାହକଙ୍କୁ ଋଣରେ ଇ-ସ୍କୁଟର ଯୋଗାଇବା ପାଇଁ କମ୍ପାନି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ୍‌ ମହିନ୍ଦ୍ରା ପ୍ରାଇମ୍‌ ଓ ଟାଟା କ୍ୟାପିଟାଲ ଭଳି ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ସହିତ ସହବନ୍ଧିତ ହୋଇଛି । ଏସ୍‌୧ ପାଇଁ ୨,୯୯୯ ଟଙ୍କାରୁ ଇଏମ୍‌ଆଇ ସୁବିଧା ରହିଛି।

Get real time updates directly on you device, subscribe now.