fbpx

ପାକିସ୍ତାନ ବର୍ଡର ନିକଟରେ ଅବତରଣ କଲା ସୁଖୋଇ-ଜାଗୁଆର, ଯୁଦ୍ଧ ସମୟରେ କାମରେ ଆସିବାକୁ ଚାଲିଛି ଡେମୋ

ନୂଆଦିଲ୍ଲୀ: ରାଜସ୍ଥାନ ଜାଲୋରଠାରେ ଆଜି ବାଡ଼ମେର ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣର ଡେମୋ ପ୍ରଦର୍ଶନ ହୋଇଛି । ପରୀକ୍ଷାମୂଳକ ଭାବେ ସିଂ୧୩୦ ଜେ ସୁପର ହର୍କୁଲେସର ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମରେ ସୁଖୋଇ ଓ ଜଗୁଆର ଭଳି ବାୟୁସେନାର ଲଢ଼ୁଆ ବିମାନ ନିଜର ଦମ୍ ଦେଖାଇବା ସହ ହାଇୱେରେ ଅବତରଣ କରିଛି । ଜରୁରୀକାଳୀନ ସ୍ଥିତିରେ ରାଜପଥରେ ବିମାନ ଅବତରଣର ଅଭ୍ୟାସ ହୋଇଛି । ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବନ ମନ୍ତ୍ରୀ ନିତିନ ଗଡ଼କରୀ, ସିଡିଏସ୍ ବିପିନ ରାୱତ ଓ ବାୟୁସେନାର ମୁଖ୍ୟ ଆରକେଏସ ଭଦୌରିଆ ଉପସ୍ଥିତ ଥିଲେ ।

 

Get real time updates directly on you device, subscribe now.