fbpx

ବଦଳିଲା ଆଧାର କାର୍ଡ ସହ ଜଡ଼ିତ ଏହି ନିୟମ, ଆଧାର ଡାଉନଲୋଡ୍ କରିବା ପ୍ରକ୍ରିୟାକୁ UIDAI କଲା ଆହୁରି ସହଜ

ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି ଅଫିସିଆଲ୍ କାମ ପାଇଁ ଆଧାର ଜରୁରୀ । ତେଣୁ ଉଭୟ ଅଫଲାଇନ୍ ଓ ଅନଲାଇନ୍ ଜରିଆରେ ଆଧାରକୁ ଆକ୍ସେସ୍ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଆପଣ ଜାଣି ରଖନ୍ତୁ ଯେ, ଆଧାର କାର୍ଡ ଡାଉନଲୋଡ୍ କରିବା ପାଇଁ ଆପଣଙ୍କ ପାଖରେ ରେଜିଷ୍ଟର୍ଡ ମୋବାଇଲ ନମ୍ବର ରହିବା ଦରକାର । ଆଧାର ଜାରି କରୁଥିବା ସଂସ୍ଥା ୟୁଆଇଡିଏଆଇ ନିକଟରେ ଏହାସହ ଜଡ଼ିତ ଏକ ନିୟମରେ ପରିବର୍ତ୍ତନ କରିଛନ୍ତି ।

ଏହି ନିୟମ ମୁତାବକ, ଆଧାର କାର୍ଡ ଡାଉନଲୋଡ୍ କରିବା ପାଇଁ ଆପଣଙ୍କ ପାଖରେ ରେଜିଷ୍ଟର୍ଡ ଫୋନ୍ ନମ୍ବର ରହିଥିବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା କିପରି ସହଜରେ ବିନା ରେଜିଷ୍ଟର୍ଡ ଫୋନ୍ ନମ୍ବରରେ ଆଧାର ଡାଉନଲୋଡ୍ କରିପାରିବେ ।

୧. ୟୁଆଇଡିଏଆଇର ୱେବସାଇଟ୍ କୁ ଯାଇ ‘My Aadhaar’ ବିକଳ୍ପକୁ ବାଛନ୍ତୁ । ଏହାକୁ ଆପଣ ଡ୍ରପ୍ ଡାଉନ୍ ମେନୁରେ ପାଇପାରିବେ ।

୨. ‘My Aadhaar’କୁ ଚୟନ କରିବା ପରେ ସ୍କ୍ରିନ୍ ରେ ଆପଣଙ୍କୁ “Order Aadhaar Reprint” ର ବିକଳ୍ପ ଦେଖାଯିବ । ତା ଉପରେ କ୍ଲିକ୍ କରିବେ ।

୩. ଏହାପରେ ଆପଣ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ନଚେତ୍ ନିଜର ୧୬ ଅଙ୍କ ବିଶିଷ୍ଟ ଆଇଡେନ୍ଟିଫିକେସନ୍ ନମ୍ବର ସେଠାରେ ଦିଅନ୍ତୁ ।

୪. ଏହା କରିବା ପରେ ଆପଣ ନିଜର ସିକ୍ୟୁରିଟି କୋଡ୍ ଦେବାକୁ ହେବ ।

୫. ମୋବାଇଲ୍ ନମ୍ବର ବିନା ଆଧାର ପାଇବାକୁ ଆପଣ ‘My Mobile number is not registered’ ଅପସନ୍ କୁ ଯିବା କୁ ହେବ ।

୬. ଏହାପରେ ଆପଣ ବିନା ରେଜିଷ୍ଟର୍ଡ ନମ୍ବର ସେଠାରେ ଟାଇପ୍ କରିବେ । ନମ୍ବର ଦେବାପରେ ସେଣ୍ଡ୍ ଓଟିପି ଉପରେ କ୍ଲିକ୍ କରିବେ ।

୭. ଟର୍ମ ଆଣ୍ଡ କଣ୍ଡିସନ୍ ଅର୍ଥାତ୍ ନିୟମ ଓ ସର୍ତ୍ତ ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଶେଷରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ । ଓଟିପି ଭେରିଫାଇ କରିବା ପରେ ଗୋଟିଏ ନୂଆ ପେଜ୍ ଦେଖିବାକୁ ପାଇବେ ।

୮. ଏହା କରିବା ପରେ ଆଧାର ରିପ୍ରିଣ୍ଟ କରିବା ପୂର୍ବରୁ ଆଧାର ରିଭ୍ୟୁ ଅପସନ୍ କୁ ଯାଇ ଆପଣ ନିଜର ଡିଟେଲ୍ସ ଚେକ୍ କରନ୍ତୁ । ଏବେ ଆପଣଙ୍କୁ ଦେୟ ଦେବାର ବିକଳ୍ପ ଚୟନ କରିବାକୁ ପଡିବ ଏବଂ ବର୍ତ୍ତମାନ ଆପଣଙ୍କୁ PDF ଡାଉନଲୋଡ୍ କରିବାକୁ ଆପଣଙ୍କର ଡିଜିଟାଲ୍ ସ୍ୱାକ୍ଷର୍ ଜମା କରିବାକୁ ହେବ ।

୯. ଏହାପରେ ସର୍ଭିସ୍ ରିକ୍ୱେଷ୍ଟ ନମ୍ବର ମେସେଜ୍ ଜରିଆରେ ମିଳିଯିବ । ଆଧାର କାର୍ଡ ପଠାଯିବା ପର୍ଯ୍ୟନ୍ତ ଆପଣଙ୍କୁ ନିଜର ଆବେଦନ ପ୍ରକ୍ରିୟାକୁ ଟ୍ରାକ୍ କରିବାକୁ ହେବ ଯେଉଁଥିରେ ଆପଣ ଏହି ନମ୍ବର(ସର୍ଭିସ୍ ରିକ୍ୱେଷ୍ଟ ନମ୍ବର )କୁ ବ୍ୟବହାର କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.