fbpx

ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ ମାମଲା, ଗୁରୁଦେବ ଘରୋଇ ହସ୍ପିଟାଲ ସିଲ୍

ବ୍ରହ୍ମପୁର, ୨୧ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଥିଲା । ସେଠାରେ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆଜି ଗୁରୁଦେବ ଘରୋଇ ହସ୍ପିଟାଲକୁ ସିଲ୍ କରିଛନ୍ତି ଉପ-ଜିଲ୍ଲାପାଳ । ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର ବେଳେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେୁ ଅଧିକ ପରିମାଣରେ ନିଶ୍ଚେତକ ଦିଆଯିବା ଯୋଗୁଁ ମୃତ୍ୟୁ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ନେଇ ହସ୍ପିଟାଲ ଉପରେ ଚଢ଼ାଉ କରିଥିଲା ଜିଲ୍ଲା ପ୍ରଶାସନ ।

Get real time updates directly on you device, subscribe now.