fbpx

ଆଗରୁ କେବେ ବସିନଥିଲେ, ବାପା ମାଙ୍କୁ ପ୍ରଥମ କରି ଉଡାଜାହାଜ ରେ ଯାତ୍ରା କରାଇଲେ ଅଲିମ୍ପିକ୍ସ ସ୍ଵର୍ଣ୍ଣ ବିଜେତା ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଐତିହାସିକ ଗୋଲ୍ଡ ମେଡାଲ ଜିତିଥିବା ଜାଭଲିନ୍ ଥ୍ରୋ ଖେଳାଳୀ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି । ଆଉ ତାପରଠାରୁ ସେ ଚର୍ଚ୍ଚାର ଶିଖରରେ ରହିଛନ୍ତି । ତେବେ ହରିୟାଣାର ଏହି ଖେଳାଳୀ ଏବେ ନିଜର ଏକ ଆଉ ସ୍ୱପ୍ନ ପୂରଣ କରିଛନ୍ତି । ଅଲିମ୍ପିକ୍ ରେ କୋଟି କୋଟି ଭାରତୀୟଙ୍କ ମନ ଜିତିଥିବା ଏହି ଖିଲାଡ଼ୀ ଏବେ ନିଜର ଅନେକ ଦିନର ଏକ ସ୍ୱପ୍ନ ପୂରଣ କରିଛନ୍ତି ଏବଂ ଏ ସମ୍ପର୍କରେ ସେ ଟୁଇଟ୍ କରି କହିଛନ୍ତି । ସେ ପ୍ରଥମ ଥର ପାଇଁ ନିଜ ବାପାମାଆଙ୍କୁ ଫ୍ଲାଇଟ୍ ରେ ଯାତ୍ରା କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଫଟୋ ସେୟାର୍ କରି ମନକଥା କହିଛନ୍ତି ।

ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଆଜି ଜୀବନୀର ଏକ ସ୍ୱପ୍ନ ପୁରଣ ହୋଇଛି । ମାବାପାଙ୍କୁ ପ୍ରଥମ ଥର ପାଇଁ ଫ୍ଲାଇଟ୍ ରେ ବସେଇଲି । ସମସ୍ତଙ୍କ ଆର୍ଶୀବାଦ୍ ପାଇଁ ସବୁବେଳେ ଋଣୀ ରହିବି । ନୀରଜ ଗତ ମାସରେ ହିଁ ଘୋଷଣା କରିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ଓ ଟ୍ରାଭେଲିଂ ପାଇଁ ଟ୍ରେନିଂ ଆରମ୍ଭ ହୋଇପାରିନି । ଏଥିସହିତ ସେ କହିଛନ୍ତି ଯେ, ୨୦୨୨ ରେ ଏସୀୟ ଖେଳ ଏବଂ କମନ୍ ୱେଲ୍ଥ ଗେମ୍ସରେ ଭାଗ ନେବେ ।

Get real time updates directly on you device, subscribe now.