fbpx

IND vs ENG: ବିରାଟ କୋହଲୀ ଓ ରବି ଶାସ୍ତ୍ରୀ ଭାଙ୍ଗିଲେ ବିସିସିଆଇର ଏହି ନିୟମ, କଣ ବୋର୍ଡ ଦେବ ସଜ୍ଜା?

ନୂଆଦିଲ୍ଲୀ: ଶୁକ୍ରବାର ଦିନ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପଞ୍ଚମ ମ୍ୟାଚ୍ ର ଟେଷ୍ଟ ସିରିଜ୍ ର ଶେଷ ଟେଷ୍ଟକୁ ରଦ୍ଦ କରିଦିଆଯାଇଛି । ମ୍ୟାଚ୍ ବାତିଲ ହେବା ପରେ ଟେଷ୍ଟ ସିରିଜର ଫଳାଫଳ କ’ଣ ଥିଲା, ବର୍ତ୍ତମାନ ସୁଦ୍ଧା କିଛି ସ୍ଥିର କରାଯାଇ ନାହିଁ। ଏହା କ୍ରମାଗତ ଦ୍ୱିତୀୟ ସିରିଜ୍, ଯେତେବେଳେ ଭାରତୀୟ ଟିମ୍ ରେ କରୋନା ମହାମାରୀ ଏଣ୍ଟ୍ରି କରିବା ପରେ ସିରିଜ୍ ଟେଷ୍ଟ ପ୍ରଭାବିତ ହୋଇଛି । ମଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଦିନରେ ମ୍ୟାଚ୍ ବାତିଲ ହେବା ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ବୁକ୍ ଲଞ୍ଚିଂ ଇଭେଣ୍ଟ ଉପରେ ପ୍ରଶ୍ନ ଉଠିଛି । ଏଥିରେ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଇଭେଣ୍ଟରେ ସେମାନେ ଦୁହେଁ କୋଭିଡ୍ ପ୍ରୋଟୋକଲ୍ କୁ ଉଲଂଘନ କରିଛନ୍ତି । ତେଣୁ ଏବେ ପ୍ରଶ୍ନ ଉଠିଛି ଯେ, ସେମାନଙ୍କର ଏହି ଭୁଲ୍ ପାଇଁ ବୋର୍ଡ କଣ ପଦକ୍ଷେପ ନେବ ।

ଏହି ଇଭେଣ୍ଟରେ ବିରାଟ କୋହଲୀ ଏବଂ ତାଙ୍କ ଦଳର ଅନ୍ୟ ଖେଳାଳୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ଅନ୍ୟ ଅତିଥି ମାନେ ବି ରହିଥିଲେ । ଲଣ୍ଡନରେ କୋଭିଡ୍ ନିୟମ ଠିକ୍ ଭାବରେ ପାଳନ ହେଉନଥିବା ବେଳେ ସେଠାରେ ଥିବା ଅଧିକାଂଶ ଅତିଥିଙ୍କ ମୁହଁ ମାସ୍କ ଖଣ୍ଡିଏ ନଥିଲା କି ସାମାଜିକ ଦୂରତା ବି କେହି ପାଳନ କରିନଥିଲେ । ଏଥିସହିତ ଜଣାପଡ଼ିଛି ଶାସ୍ତ୍ରୀ ଓ କୋହଲୀ, ହୋଟେଲରେ ହୋଇଥିବା ଇଭେଣ୍ଟରେ ଭାଗ ନେବା ପାଇଁ ବିସିସିଆଇ ଠାରୁ କୌଣସି ଲିଖିତ ଅନୁମତି ନେଇନଥିଲେ ।

ଏବେ ପ୍ରଶ୍ନ ଉଠୁଛି ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଯେତେବେଳେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବୋର୍ଡ ସଚିବ ଜୟ ଶାହା ଖେଳାଳିମାନଙ୍କୁ ଭିଡ଼ଠାରୁ ଦୂରରେ ରହିବାକୁ କହିଥିଲେ ହେଲେ ଏହାକୁ ସଠିକ୍ ଭାବରେ ପାଳନ କରାଯାଉଥିବା ଦେଖିବାକୁ ମିଳିନାହିଁ । ଅଧିକାରୀ କହିଛନ୍ତି, ‘ବ୍ରିଟେନରେ କୋଭିଡ୍ ନିୟମକୁ କୋହଳ କରାଯାଇଛି କିନ୍ତୁ ଏହିଭଳି ଭିଡ଼ ଠାରୁ ଦୁରେଇ ରହିବା ଉଚିତ୍ ।

Get real time updates directly on you device, subscribe now.