fbpx

ଟିକାକରଣ ରେ ବଡ଼ ବଡ଼ ଦେଶକୁ ପାଣି ପିଆଇ ସାରିଲେଣି ଭାରତର ଏହି ୫ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଅଭିଯାନ ଜାରି ରହିଛି । ସଂକ୍ରମଣକୁ ଦୃଷ୍ଟି ରଖି ପ୍ରତ୍ୟେକ ନାଗରିକଙ୍କ ଟିକାକରଣ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଟିକା ନେଉଛନ୍ତି । ଟିକାକରଣରେ ଭାରତ ଏବେ ଅନ୍ୟ ଦେଶ ମାନଙ୍କୁ ପଛରେ ପକାଇଛି । ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ପଛରେ ଟିକାକରଣ ହୋଇଥିଲେ ବି ଏଠାରେ ସବୁଠାରୁ ଅଧିକ ମାତ୍ରାରେ ଟିକା ଦିଆଯାଇଛି ।

ଏବେ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ୫ଟି ରାଜ୍ୟର ନାମ ଘୋଷଣା କରିଛି । ଯେଉଁଠାରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ଦ୍ରୁତ ଗତିରେ ଟିକାକରଣ କରାଯାଉଛି । ଆଉ ଏହି ୫ଟି ରାଜ୍ୟ ଆମେରିକାକୁ ବି ପଛରେ ପକାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁଇ୍ରଟ୍ କରି କୁହାଯାଇଛି ଯେ, ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ଟିକାକରଣ ଦ୍ରୁତ ମାତ୍ରାରେ କରାଯାଉଛି । ଟିକା ଦେବାରେ ଭାରତ ଏବେ ସବୁଠାରୁ ଆଗରେ ରହିଛି । ତେବେ ସୂଚନା ଅନୁସାରେ, ଉକ୍ତ ୫ଟି ରାଜ୍ୟ ହେଉଛି ଉତ୍ତର ପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ହରିୟାଣା ।

ଏହି ତାଲିକାରେ ସର୍ବାଗ୍ରେ ରହିଛି ଉତ୍ତରପ୍ରଦେଶ । ଏଠାରେ ଦୈନିକ ୧୧.୭୩ ଲକ୍ଷ ଟିକାକରଣ ହେଉଛି । ସେହିପରି ଗୁଜୁରାଟରେ ଦୈନିକ ୪.୮୦ ଲକ୍ଷ, କର୍ଣ୍ଣାଟକରେ ଦୈନିକ ୩.୮୨ ଲକ୍ଷ, ମଧ୍ୟପ୍ରଦେଶରେ ୩.୭୧, ହରିୟାଣାରେ ଦୈନିକ ୧.୫୨ ଲକ୍ଷ ଡୋଜ୍ ଟିକା ଦିଆଯାଉଛି ।

 

Get real time updates directly on you device, subscribe now.