fbpx

ଏହି ଟ୍ରେନ ଟିକେଟରେ କାର କିଣିପକେଇବେ! ଜାଣନ୍ତୁ ଭାରତର ୫ଟି ବିଳାସପୂର୍ଣ୍ଣ ଟ୍ରେନ ସମ୍ପର୍କରେ

ନୂଆଦିଲ୍ଲୀ: ଟ୍ରେନ୍ କୁ ସାଧାରଣ ଲୋକ ଓ ଗରିବଙ୍କ ରଥ ବୋଲି କୁହାଯାଇଥାଏ । ହେଳେ କଣ ଆପଣ ଜାଣିଛନ୍ତି କି କିଛି ଟ୍ରେନ୍ ଏପରି ରହିଛି ଯାହାର ଭଡ଼ା ଲକ୍ଷ ଲକ୍ଷ ଟଙ୍କା ? ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ଆଜି ଆମେ ଜାଣିବା ସେହି ଭଳି କିଛି ଆରାମଦାୟକ ଟ୍ରେନ୍ ସମ୍ପର୍କରେ ଓ ଏଥିରେ ଉପଲବ୍ଧ ହେଉଥିବା ରୟାଲ୍ ସୁବିଧା ସମ୍ପର୍କ । ଖାଲି ସେତିକି ନୁହେଁ ଏହି ସବୁ ଟ୍ରେନ୍ ର ରୁଟ୍ ଓ ଭଡ଼ା ବିଷୟରେ ବି ଅବଗତ ହେବେ ।

୧. ମହାରାଜା ଏକ୍ସପ୍ରେସ୍

ମହାରାଜା ଏକ୍ସପ୍ରେସ୍ ଭାରତର ସବୁଠାରୁ ଆରାମଦାୟକ ତଥା ମହଙ୍ଗା ଟ୍ରେନ୍ । ଏହି ଟ୍ରେନ୍ ରେ ଯାତ୍ରା କରିବା ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ ହୋଇଥାଏ । ଏଥିରେ ଡାଇନିଂ ରୁମ୍, ଏଲସିଡି ଟିଭି ଠାରୁ ଆରମ୍ଭ କରି ସବୁକିଛି ସୁବିଧା ଉପଲବ୍ଧ ଅଛି । ଏହାସହିତ ଏହି ଟ୍ରେନ୍ ରେ ଇଣ୍ଟରନେଟ୍ ସୁବିଧା ସହିତ ଫାଇଭ ଷ୍ଟାର ହୋଟେଲ ପରି ବାଥରୁମ୍ ବି ଉପଲବ୍ଧ ରହିଛି । ଏହି ଟ୍ରେନ୍ ଯାତ୍ରୀଙ୍କୁ ରାଜଧାନୀ ଦିଲ୍ଲୀରୁ ନେଇ ଆଗ୍ରା, ବାରଣାସୀ, ଜୟପୁର ଏବଂ ମୁମ୍ବାଇ ଯାଇଥାଏ । ଏହାର ସର୍ବନିମ୍ନ ଭଡ଼ା ହେଉଛି ୫ ଲକ୍ଷ ୪୧ ହଜାର ୦୨୩ ଟଙ୍କା । ଆଉ ଏହାର ପ୍ରେସିଡେନ୍ସିଆଲ୍ ସୁଇଟ୍ ର ଭଡ଼ା ୩୭ ଲକ୍ଷ ୯୩ ହଜାର ୪୮୨ ଟଙ୍କା । ଯାହାକି ଏହି ଟ୍ରେନ୍ ର ସବୁଠାରୁ ସର୍ବାଧିକ ।

୨. ପ୍ୟାଲେସ୍ ଅନ୍ ହ୍ୱିଲ୍

ପ୍ୟାଲେସ୍ ଅନ୍ ହ୍ୱିଲ୍ ହେଉଛି ସବୁଠାରୁ ଆରାମଦାୟକ ଟ୍ରେନ୍ ମଧ୍ୟରୁ ଗୋଟିଏ । ଏହି ଟ୍ରେନରେ ଆପଣଙ୍କୁ ରାଜମହଲ ପରି ଅନୁଭବ ହେବ । ପ୍ୟାଲେସ୍ ଅନ୍ ହ୍ୱିଲ୍ ରେ ଆଧୁନିକ ଜଗତର ସବୁ ପ୍ରକାର ସୁବିଧା ଉପଲବ୍ଧ ରହିଛି । ଏଥିରେ ଦୁଇଟି ଡାଇନିଂ, ରେଷ୍ଟୁରାଣ୍ଟ ଏବଂ ସେଲୁନ୍ ବି ରହିଛି । ଭାରତୀୟ ରେଳବାଇ ପକ୍ଷରୁ ଗଡ଼ୁଥିବା ସବୁଠାରୁ ମହଙ୍ଗା ରେଳ ଭିତରୁ ଏହା ହେଉଛି ଗୋଟିଏ । ଏହି ଟ୍ରେନ୍ ଦିଲ୍ଲୀରୁ ଆଗ୍ରା, ଭରତପୁର, ଯୋଧପୁର, ଜୈୟସାଲମେର୍, ଉଦୟପୁର, ଚିତୌଗଡ଼, ସବାଇ ମାଧୋପୁର ଏବଂ ଜୟପୁର ଯାତ୍ରା କରେ । ଏହା ଭଡ଼ା ୫, ୨୩,୬୦୦ରୁ ଆରମ୍ଭ ହୋଇ ୯,୪୨,୪୮୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

୩. ରୟାଲ୍ ରାଜସ୍ଥାନ ଅନ୍ ହ୍ୱିଲ୍ସ

ରୟାଲ୍ ରାଜସ୍ଥାନ ଅନ୍ ହ୍ୱିଲ୍ସ ହେଉଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏକ ବିଳାସପୂର୍ଣ୍ଣ ଟ୍ରେନ୍ । ଏହି ଟ୍ରେନ୍ ରାଜସ୍ଥାନ ପର୍ୟ୍ୟଟନ ଏବଂ ଭାରତୀୟ ରେଳପଥ ଦ୍ୱାରା ପରିଚାଳିତ । ଏଥିରେ ପାଞ୍ଚ ତାରକା ହୋଟେଲ ପରି ସୁବିଧା ରହିଛି । ରାଜମହଲ ପରି ଏଠାରେ ଆପଣଙ୍କୁ ଅନୁଭବ ହେବ । ଏହି ରାଜକୀୟ ଟ୍ରେନ୍ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ରାଜସ୍ଥାନର ପର୍ୟ୍ୟଟନ ସ୍ଥଳ ଯୋଧପୁର, ଚିତ୍ତରଗଡ, ଉଦୟପୁର, ରଣଥମ୍ବୋର, ଜୟପୁର ଏବଂ ମଧ୍ୟପ୍ରଦେଶର ଖଜୁରାହୋ ଏବଂ ଉତ୍ତରପ୍ରଦେଶର ଆଗ୍ରା ଏବଂ ବାରାଣାସୀ ଯାତ୍ରା କରିଥାଏ। ଏଥିରେ ଏକ ରେଷ୍ଟୁରାଣ୍ଟ, ସେଲୁନ୍, ଲାଉଞ୍ଜ ବାର୍, ଏଲସିଡି ଟିଭି, ଏସି, ବେଡରୁମ୍, ଜିମ୍, ସ୍ପା ଏବଂ ବାର୍ ଅଛି । ଏହି ଟ୍ରେନରେ ଯାତ୍ରା ପାଇଁ ସର୍ବନିମ୍ନ ଭଡା ୩,୬୩,୩୦୦ ରୁ ଆରମ୍ଭ ହୋଇ ୭,୫୬,୦୦୦ ଟଙ୍କା ପର୍ୟ୍ୟନ୍ତ ରହିଛି ।

୪. ଡେକ୍କାନ୍ ଓଡ଼ିଶୀ

ଡେକ୍କାନ୍ ଓଡ଼ିଶୀ ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ମଧ୍ୟରୁ ଅନ୍ୟତମ । ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ଟ୍ରେନ୍ ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜୁରାଟ ଗଡ଼ିଥାଏ । ଏହି ଟ୍ରେନ ବ୍ଲୁ କଲର୍ ର ହୋଇଥିବା ବେଳେ ଏଥିରେ ୫ ତାରକା ହୋଟେଲ, ଦୁଇଟି ରେଷ୍ଟୁରାଣ୍ଟ, କମ୍ପ୍ୟୁଟର, ଇଣ୍ଟରନେଟ୍, ବାର୍ ଏବଂ ବ୍ୟବସାୟ କେନ୍ଦ୍ର ସହିତ ୨୧ ଟି ବିଳାସପୂର୍ଣ୍ଣ କୋଚ୍ ଅଛି । ଏହି ଟ୍ରେନର ସର୍ବନିମ୍ନ ଭଡା ୫,୧୨,୪୦୦ ଟଙ୍କା ଏବଂ ସର୍ବାଧିକ ଭଡା ୧୧,୦୯,୮୫୦ ଟଙ୍କା ।

Get real time updates directly on you device, subscribe now.