fbpx

୧୭ ମାସରେ ସୁଜିଲେ ୩ କୋଟି ଟଙ୍କାର କରଜ, ମହିଳା କହିଲେ ଟଙ୍କା ସଞ୍ଚୟର ଉପାୟ

ନୂଆଦିଲ୍ଲୀ: ଆଜିକା ସମୟରେ ଟଙ୍କା ସଞ୍ଚୟ କରିବା ଲୋକ ମାନଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ତା ଉପରେ ପୁଣି ଲୋନ୍ ର ଭାର । ଏସବୁ ସୁଜିବା ଖୁବ୍ କଠିନ ହୋଇଯାଉଛି । ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଏକ ଦମ୍ପତି । ସେମାନେ ଖୁଲାସା କରିଛନ୍ତି ଯେ, କିପରି ସେମାନେ ନିଜର ଜୀବନ ଶୈଳୀରେ କିଛି କଠୋର ପରିବର୍ତ୍ତନ କରି ଖୁବ୍ ଶୀଘ୍ର ବଡ଼ ଆକାରର କରଜ ସୁଜିଛନ୍ତି । ତେବେ ଚାଲନ୍ତୁ ଜାଣିବା କିପରି ସେମାନେ ଏଥିରେ ସଫଳ ହୋଇଛନ୍ତି ।

ଦ ସନ୍ ର ଏକ ରିପୋର୍ଟ ଅନୁସାରେ, ଆମେରିକାରେ ରହୁଥିବା ସୈନନ୍ ଏବଂ ତାଙ୍କ ସ୍ୱାମୀ କରଜ ସୁଜିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ଏଥିପାଇଁ ସେମାନେ ଖର୍ଚ୍ଚ ପ୍ରଣାଳୀରେ ଏକ ପରିବର୍ତ୍ତନ କରିଥିଲେ । କରଜ ସୁଜିବାକୁ ଏହି ଦମ୍ପତି ଫର୍ଣ୍ଣିଂଚର୍ ଠାରୁ ଆରମ୍ଭ ଖାଦ୍ୟ ପର୍ଯ୍ୟନ୍ତ ବିଭିନ୍ନ ଜିନିଷରେ ଖର୍ଚ୍ଚ ହେଉଥିବା ଟଙ୍କାକୁ କମାଇଥିଲେ । ତେବେ ତାଙ୍କ ପରିବାରରେ ୫ଜଣ ରୁହନ୍ତି । ଯେଉଁ ମାନେ କି କରଜ ଶୀଘ୍ର ସୁଝିବାକୁ ନିଜ ନିଜର ବଜେଟ୍ କମାଇବାକୁ ପୂରା ଚେଷ୍ଟା କରିଥିଲେ । ସେମାନେ କିପରି ନିଜ ନିଜର ଖର୍ଚ୍ଚ ବଞ୍ଚାଉଥିଲେ ତାର ଟିକଟକ୍ ଭିଡିଓ କରି ଅପଲୋଡ କରୁଥିଲେ । ଲୋକ ମାନେ ବି ସେସବୁକୁ ଖୁବ୍ ପସନ୍ଦ କରୁଥିଲେ ।

ଏହି ଦମ୍ପତି କରଜର ୪ କୋଟି ୬୬ ଲକ୍ଷ କମାଇ ୧ କୋଟି ୩୨ ଲକ୍ଷ ଟଙ୍କା କରିସାରିଛନ୍ତି । ଆଉ ଏହି କାମ ସେମାନେ ୧୭ ମାସ ଭିତରେ କରିଛନ୍ତି । ଅର୍ଥାତ୍ ୧୭ ମାସ ଭିତରେ ୩ କୋଟି ଟଙ୍କା ସେମାନେ ସଜିସାରିଛନ୍ତି । ଟିକଟକରେ ଅପଲୋଡ୍ ହୋଇଥିବା ଭିଡିଓରେ ସୈନନ୍ କହିଛନ୍ତି ଯେ, ସେମାନେ ପ୍ରତି ସପ୍ତାହର ବଜେଟ୍ ୭ ହଜାର ୩୨୭ ଟଙ୍କା ଭିତରେ ପ୍ଲାନ୍ କରନ୍ତି । ଏହା ସହିତ ପୋଷାକ ଓ ଇଲେକ୍ଟ୍ରୋନିକ୍ସ ଭଳି ଜିନିଷ କିଣିବା ପାଇଁ ସେମାନେ ଅଫର୍ ର ତଥା ବଡ଼ ସେଲ୍ ପାଇଁ ଅପେକ୍ଷା କରନ୍ତି । ଖାଲି ସେତିକି ନୁହେଁ ଏହି ପରିବାର ବଡ଼ କାର୍ କୁ ବିକି ପୁରୁଣା କାର୍ କିଣିଥିଲେ । ଯାହାଦ୍ୱାରା ଗୋଟିଏ ମାସରେ ଅତିରିକ୍ତ ୫୭ ହଜାର ଟଙ୍କା ସଞ୍ଚୟ ହୋଇପାରିବ । ଏହାବ୍ୟତୀତ ସେମାନେ ସପିଂ, ଖାଦ୍ୟ, ପରିବା କିଣିବା, ପାଣି ବିଲ୍, ବିଜୁଳି ଖର୍ଚ୍ଚ ବି ସେମାନେ ସଞ୍ଚୟ କରୁଛନ୍ତି ।

Get real time updates directly on you device, subscribe now.