fbpx

ଜୋକୋଭିଚଙ୍କ CALENDER SLAM ଆଶା ଅଧୁରା; ମେଦଭେଦେଭଙ୍କୁ ୟୁଏସ ଓପନ ଟାଇଟଲ

ନୂଆଦିଲ୍ଲୀ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ସର୍ବିଆର ନୋଭାକ ଜୋକୋଭିଚଙ୍କ କ୍ୟାଲେଣ୍ଡର ସ୍ଲାମ ଆଶା ଅଧୁରା ରହିଯାଇଛି । ୧୯୬୯ ପରେ ପ୍ରଥମ ପୁରୁଷ ଖେଳାଳି ଭାବରେ କ୍ୟାଲେଣ୍ଡର ସ୍ଲାମ ଆଶା ରଖିଥିବା ଜୋକୋଭିଚଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି ଋଷିଆର ଦାନିଲ ମେଦଭେଦେଭ । ରବିବାର ଅନୁଷ୍ଠିତ ଫାଇନାଲରେ ମେଦଭେଦେଭ ୬-୪, ୬-୪ ଓ ୬-୪ ସେଟରେ ବିଜୟୀ ହେବା ସହିତ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି ।


୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଜୋକୋଭିଚ୍ ମେଦଭେଦେଭଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ନିଷ୍ପ୍ରଭ ମନେ ହେଇଥିଲେ । ଏହା ସହିତ ୨୦୨୧ରେ ଜୋକୋଭିଚଙ୍କ ୨୭ ମ୍ୟାଚ ବିଜୟଧାରାରେ ମଧ୍ୟ ଅବ୍ୟାହତି ଲଗାଇଛନ୍ତି ମେଦଭେଦେଭ । ଉଭୟ ଖେଳାଳି ପୂର୍ବରୁ ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଭେଟିଥିବା ବେଳେ ଜୋକୋଭିଚ୍ ବାଜି ମାରି ନେଇଥିଲେ ।

Get real time updates directly on you device, subscribe now.