fbpx

ମାଲବାହୀ ଲାଇନଚ୍ୟୁତ, ବାତିଲ ହେଲା ୧୨ ଟ୍ରେନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳ-ତାଳଚେର ରୋଡରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି । ଗହମ ବୋଝେଇ ମାଲବାହୀ ଟ୍ରେନର ୯ଟି ବଗି , ଇଞ୍ଜିନ ଲାଇନଚ୍ୟୁତ୍ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ସେକସନ୍ ଅଧିନରେ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଯୋଗୁଁ ୧୨ଟି ଟ୍ରେନ୍ ବାତିଲ ହୋଇଛି । ୮ଟି ଟ୍ରେନର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥି ସହିତ ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ ଆଂଶିକ ବାତିଲ ହୋଇଛି । ଆଜି ଇଣ୍ଟର ସିଟି ସ୍ପେଶାଲ ରାଉରକେଲାରୁ ସମ୍ବଲପୁର ଯିବ । ସମ୍ବଲପୁର-ଭୁବନେଶ୍ୱର ମଧ୍ୟରେ ଉଭୟପଟୁ ଇଣ୍ଟର ସିଟି ବାତିଲ ହୋଇଛି । ଏହା ସହ ଭୋଗବେରଣୀ ନିକଟରେ ଥିବା ପୋଲ ଧସିଥିବାରୁ ଲାଇନଚ୍ୟୁତ ହୋଇଛି । ଲୋକୋ ପାଇଲଟ ସମେତ ଅନ୍ୟ ଷ୍ଟାଫ୍ ସୁରକ୍ଷିତ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.