fbpx

ନିର୍ଭୟା ଦୋଷୀଙ୍କୁ ଜେଲ୍ ପ୍ରଶାସନଙ୍କ ପ୍ରଶ୍ନ- ଶେଷ ଥର ପାଇଁ ପରିବାରଙ୍କୁ କେବେ ଭେଟିବ?

ନୂଆଦିଲ୍ଲୀ,୨୨ ।୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ପରିବାର ସହ ଭେଟିବା ସମ୍ପର୍କରେ ପଚାରି ବୁଝିଛନ୍ତି ତିହାର ଜେଲ୍ ପ୍ରଶାସନ । ଶେଷ ଥର ପାଇଁ କେବେ ପରିବାର ସହ ଭେଟିବାକୁ ଚାହୁଁଛ ବୋଲି ଜେଲ କର୍ତ୍ତୁପକ୍ଷଙ୍କୁ ପଚାରିଛନ୍ତି । ନୂଆ ଆଦେଶରେ କୁହାଯାଇଛି ଯେ, ପୂର୍ବରୁ ମୁକେଶ ଓ ପୱନ ପରିବାର ସହ ସାକ୍ଷାତ କରିସାରିଛନ୍ତି । ଦୋଷୀ ଅକ୍ଷୟ ଓ ବିନୟର ପରିବାରବର୍ଗଙ୍କୁ ଶେଷ ଦେଖା ପାଇଁ କୁହାଯାଇଛି ।

ତେବେ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ ରେ ଫାଶୀ ଦିଆଯିବା ନେଇ ଡେଥ୍ ୱାରେଣ୍ଟି ଜାରି ହୋଇଛି । ପଟିଆଲା ହାଉସ୍ କୋର୍ଟ ୧୭ ଫେବ୍ରୁଆରିରେ ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ୩ ମାର୍ଚ୍ଚ ସକାଳ ୬ଟା ସମୟରେ ଏକା ସାଙ୍ଗରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ ।

Get real time updates directly on you device, subscribe now.