fbpx

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏତିକି ସମୟ ବନ୍ଦ ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ରହିଛି । ଆସନ୍ତା କାଲି ସେପ୍ଟେମ୍ବର ୧୫ ତାରିଖରେ କିଛି ସମୟ ପାଇଁ ନେଟ୍ ବ୍ୟାଙ୍କିଙ୍କ୍ ସେବା ବନ୍ଦ ରହିବ । ତେଣୁ ଗ୍ରାହକଙ୍କ ନେଟ୍ ବ୍ୟାଙ୍କିଙ୍କ୍ ପ୍ଲାଟଫର୍ମ ପ୍ରଭାବିତ ହେବ । ଏସବିଆଇ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି । ଆସନ୍ତାକାଲି ୨ ଘଣ୍ଟା ପାଇଁ ନେଟ୍ ବ୍ୟାଙ୍କିଙ୍କ୍ ସେବା ବନ୍ଦ ରହିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ବି ଅର୍ଥାତ୍ ସେପ୍ଟେମ୍ବର ୪ ତାରିଖରେ ନିଜର ଇଣ୍ଟରନେଟ୍ ବ୍ୟାଙ୍କିଙ୍କ ପ୍ଲାଟଫର୍ମ ଯେମିତିକି ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜନେସ୍, ଆଇଏମପିଏସ୍ ଏବଂ ୟୁପିଆଇରେ ଟେକ୍ନିକାଲ୍ ପ୍ରୋବ୍ଲେମ୍ ଥିବାରୁ ଆଲର୍ଟ ଜାରି କରିଥିଲା । ଏହା ଭିତରେ ବ୍ୟାଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପାନ୍ କୁ ଆଧାର କାର୍ଡ ସହିତ ଲିଙ୍କ୍ କରିବା ଅନିବାର୍ଯ୍ୟ । ଆଉ ଯଦି ପାନ୍ ଲିଙ୍କ ନ କରାଯାଏ ତେବେ ତାହା ଭାଲିଡ୍ ରହିବ ନାହିଁ ।

Get real time updates directly on you device, subscribe now.