fbpx

ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ, ରାଙ୍କ ୧ରେ ୧୮ ଜଣ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୧ ରେଜଲ୍ଟ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି । ଏଥିରେ ୪୪ ଜଣ ପରୀକ୍ଷାର୍ଥୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ସେହିପରି ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ଜଣ ପରୀକ୍ଷାର୍ଥୀ । ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ ଥର ପରୀକ୍ଷା ହୋଇଥିଲା । ଗତ ଫେବ୍ରୁଆରୀ, ମାର୍ଚ୍ଚ, ଜୁଲାଇ, ସେପ୍ଟେମ୍ବରରେ ୪ଟି ପରୀକ୍ଷା ହୋଇଥିଲା ।

୧୨ଟି ଭାଷାରେ କମ୍ପ୍ୟୁଟର ବେସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତଥର ୭.୩୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇର ପରୀକ୍ଷା ଦେଇଥିଲେ । ଆପଣ ବି ରେଜଲ୍ଟ ଦେଖିବାକୁ ଚାହୁଁଥିଲେ jeemain.nta.nic ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।

Get real time updates directly on you device, subscribe now.