fbpx

ଆଗକୁ ଆସିପାରେ ବ୍ୟାଙ୍କିଙ୍ଗ କ୍ରାଇସିସ୍, ଚଳିତ ବର୍ଷ ଲୋନ୍ ଟପିବ ୧୦ ଲକ୍ଷ କୋଟି: Assocham ଓ Crisil ରିପୋର୍ଟ

ନୂଆଦିଲ୍ଲୀ: ଆଗକୁ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ବିପଦ ଆସିବ । କ୍ରିସିଲ ଓ ଆସୋଚାମ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି କ୍ଷେତ୍ରରେ ଟୋଟାଲ ବ୍ୟାଡ୍ ଲୋନ୍ ବୃଦ୍ଧି ପାଇଁ ୧୦ କୋଟି ଟପିବ ବୋଲି ଅନୁମାନ କରାଯାଉଛି । ଖୁଚୁରା, ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ଦିଆଯାଇଥିବା ଲୋନ ଆଦାୟ କରିବାରେ ବିଭିନ୍ନ ସମସ୍ୟା ରହିଛି । ଫଳରେ ବ୍ୟାଙ୍କର ନନଫର୍ମିଂ ଆସେଟ (ଏନପିଏ) ଏହି ମୋଟା ଅଙ୍କର ସୀମା ଅତିକ୍ରମ କରିବ ବୋଲି ରିପୋର୍ଟରେ କୁହାଯାଇଛି ।

ଆସୋଚାମ ଓ କ୍ରିସିଲର ଅଧ୍ୟୟନ ଅନୁସାରେ, ଖୁଚୁରା ଏବଂ ଏମଏସଇ କ୍ଷେତ୍ରଗୁଡ଼ିକ ଋଣ ପରିଶୋଧ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଏହାଫଳରେ ୨୦୨୨ ମାର୍ଚ୍ଚ ସୁଦ୍ଧା ଏନପିଏ ବୃଦ୍ଧି ପାଇ ୮.୫-୯ ପ୍ରତିଶତରେ ପହଞ୍ଚିଯିବ । ଏମଏସଏମଇ ଓ ଖୁଚୁରା ଶ୍ରେଣୀଙ୍କ ଖାତାରୁ ଋଣ ଫେରିବା ନେଇ ଆଶଙ୍କା ରହିଛି । ଗତ ଜୁଲାଇ ମାସରେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଉପରୋକ୍ତ ସମୟ ସୀମା ମଧ୍ୟରେ ବ୍ୟାଙ୍କର ଜିଏନପିଓ ୯.୮-୧୧.୨୨ ପ୍ରତିଶତ ହେବ । ଗତ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଏନପିଏ ୭.୪୮ ପ୍ରତିଶତ ଥିଲା । ଏହାଛଡ଼ା କରୋନା କାରଣରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ବ୍ୟାଙ୍କର ଏନପିଏ ୯.୮ ପ୍ରତିଶତକୁ ବୃଦ୍ଧି ପାଇବ । ଯଦି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୁଏ, ତେବେ ପ୍ରଥମେ ଏହି ହାର ୧୦.୩୬ ପ୍ରତିଶତ ଓ ପରେ ୧୧.୨୨ ପ୍ରତିଶତକୁ ମଧ୍ୟ ଛୁଇଁପାରେ ବୋଲି ଅନୁମାନ କରାଯାଇଥିଲା ।

Get real time updates directly on you device, subscribe now.