fbpx

ଟି-୨୦ କ୍ରିକେଟ୍‌ରୁ ଅବସର ନେଲେ ମାଲିଙ୍ଗା, ସୋସିଆଲ ମିଡିଆରେ ଲେଖିଲେ ଏମିତି…

କଲମ୍ବୋ: ଶ୍ରୀଲଙ୍କାର ପେସ୍‌ ବୋଲର ଲସିଥ ମାଲିଙ୍ଗା ମଙ୍ଗଳବାର ଦିନ ଟି-୨୦ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଛନ୍ତି । କାରଣ ଭବିଷ୍ୟତରେ ଆଉ କୌଣସି ଦଳ ପାଇଁ ଖେଳିବା ସମ୍ଭାବନା ନ ଥିବାରୁ ଶେଷରେ ସବୁ ଫର୍ମାଟରୁ ଦୂରେଇ ଯିବା ପାଇଁ ମନ ସ୍ଥିର କରିଥିଲେ । ସୂଚନା ଯୋଗ୍ୟ ଯେ ୨୦୧୧ରେ ଟେଷ୍ଟ କ୍ରିକେଟରୁ ଓ ୨୦୧୯ରେ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ । ମଲିଙ୍ଗା କ୍ରିକେଟରୁ ସନ୍ୟାସ ନେବା ପାଇଁ ଘୋଷଣା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବାର୍ତ୍ତା ଜରିଆରେ କରିଛନ୍ତି । କ୍ରିକେଟ ଜଗତର ଜଣେ ମ୍ୟାଚ ବିଜୟୀ ପେସ୍‌ ବୋଲର ଭାବେ ପରିଚିତ ମାଲିଙ୍ଗା ୩୦ ଟେଷ୍ଟରେ ୧୦୧, ୨୨୬ ଦିନିକିଆରେ ୩୩୮ ଓ ୮୪, ଟି-୨୦ରେ ୧୦୭ୱିକେଟ ଅକ୍ତିଆର କରିଛନ୍ତି ।

 

ସେ ଲେଖିଛନ୍ତି ଯେ ‘ଗତ ୧୭ ବର୍ଷରେ ମୁଁ ଯେଉଁ ଅନୁଭବ ହାସଲ କରିଛି ଏବେ ମଇଦାନରେ ତାର ଆବଶ୍ୟକତା ନାହିଁ, କାରଣ ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତି ନେଇଛି । କିନ୍ତୁ ମୁଁ ସେହି ଯୁବପିଢୀଙ୍କୁ ଲଗାତର ସପୋର୍ଟ କରିବି ଏବଂ ମାର୍ଗଦର୍ଶନ କରିବି ଯେଉଁମାନେ ଏଥିରେ ଉପରକୁ ଉଠିବା ପାଇଁ ପ୍ରୟାସ କରିବେ ।’

ସେ ବିଶ୍ୱର ପ୍ରଥମ ବୋଲର ଭାବେ ଟି-୨୦ ଫର୍ମାଟରେ ପ୍ରଥମେ ୧୦୦ ୱିକେଟ ପୂରଣ କରିଥିଲେ । ଏହି ନିଷ୍ପତ୍ତି ସହିତ ସେ କହିଛନ୍ତି ଯେ ଆଜି ମୋ ପାଇଁ ଏକ ଭଲ ଦିନ । ଦୀର୍ଘଦିନ ଧରି କ୍ରିକେଟ ସହିତ ଜଡିତ ରହିବା ବଡ ଖୁସିର ବିଷୟ । ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ,ମୁମ୍ବାଇ ଇଣ୍ଡିଆନ୍ସ ,ମେଲବୋର୍ଣ୍ଣ ଷ୍ଟାରସ୍‌, କେଣ୍ଟ କ୍ରିକେଟ କ୍ଳବ, ରଙ୍ଗପୁର ରାଇଡର୍ସ, ଗୁଏନା ୱାରିୟର୍ସ ,ମରାଠା ୱାରିଅର୍ସ ଓ ମଣ୍ଟ୍ରିଲା ଟାଇଗର୍ସ ସହିତ ମୋର ସମସ୍ତ ପ୍ରଶଂସକ ଓ ସାଥୀ ଖେଳାଳିଙ୍କୁ ବିଶେଷ ଧନ୍ୟବାଦ ଦେଉଛି ।

Get real time updates directly on you device, subscribe now.