fbpx

DRDO ତଥ୍ୟ ଲିକ୍ ସହିତ ହନି ଟ୍ରାପ୍ ଲିଙ୍କ୍ ସୂଚନା

ଚାନ୍ଦିପୁର: ବାଲେଶ୍ୱର ଚାନ୍ଦିପୁର DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଆସିଛି ନୂଆ ତଥ୍ୟ । ଏହି ଘଟଣା ସହିତ ହନି ଟ୍ରାପ୍ ଲିଙ୍କ ଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଗତକାଲି ଗୋପନ ରଖାଯାଇଥିବା ୪ର୍ଥ ଅଭିଯୁକ୍ତର ନାଁ ହେମନ୍ତ ମିସ୍ତ୍ରୀ । ହେମନ୍ତ ମିସ୍ତ୍ରୀ ଡିଜି ଅପରେଟର ଭାବେ କାମ କରୁଥିଲେ ।

ତେବେ ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ ଅଭିଯୋଗରେ କାଲି ସେମାନଙ୍କୁ ଗିରଫ କରାଯାଇଥିଲା । ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର DRDOରୁ ୪ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଇଥିଲା ସ୍ପେଶାଲ ସ୍କ୍ୱାଡ୍ ।

Get real time updates directly on you device, subscribe now.