fbpx

ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେଡ଼ି ପ୍ରତିନିଧିଦଳ

ଭୁବନେଶ୍ୱର, ୨୨ା୨(ଓଡ଼ିଶା ଭାସ୍କର): ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ବିଜେଡ଼ି ପ୍ରତିନିଧି ଦଳ । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଭେଟିଛନ୍ତି ୯ଜଣିଆ ପ୍ରତିନିଧି ଦଳ । ସେହି ଟିମରେ ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ ଓ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ, ଅନନ୍ତ ଜେନା ଓ ସୁଶାନ୍ତ ରାଉତ ଥିଲେ । ଏମ୍ସରେ ହିନ୍ଦୀ ଭାଷା ବ୍ୟବହାରକୁ ବିରୋଧ କରି ବିଜେଡ଼ି ପ୍ରତିନିଧି ଦଳ ସ୍ମାରକ ପତ୍ର ଦେଇଥିବା ସୂଚନା ମିଳିଛି ।

ଅନ୍ୟପଟେ ହିନ୍ଦୀ ଭାଷା ପ୍ରସଙ୍ଗରେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଇନ ଅନୁସାରେ ହିନ୍ଦୀ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶନାମା ହୋଇଥିଲା । ଯିଏ ହିନ୍ଦୀ ଭାଷା ଜାଣିଛନ୍ତି ସେମାନଙ୍କୁ ବ୍ୟବହାର ପାଇଁ କୁହାଯାଇଛି । ଏନେଇ ବିଜେଡ଼ି ସଂସଦୀୟ ଦଳ ସହ ଆଲୋଚନା କରି ଅବଗତ କରାଇଛୁ । ପ୍ରାଥମିକ ଭାବେ ଓଡ଼ିଆ ପରେ ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟବହାର ହେବ । ନର୍ସିଂ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷ ଓଡ଼ିଆରେ ପଢ଼ାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.