fbpx

ମାଟ୍ରିକ ପରୀକ୍ଷା କପିକୁ ନେଇ ପୋଲିସ-ଅଭିଭାବକ ମୁହାଁମୁହିଁ

କାମାକ୍ଷାନଗର, ୨୨ା୨(ଓଡ଼ିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଗତ ୧୯ତାରିଖରୁ ଆରମ୍ଭ ହୋଇଛି । ଏନେଇ କପି ରୋକିବା ପାଇଁ ବହୁ ବ୍ୟବସ୍ଥା ହୋଇଥିଲା । ଏହାରି ମଧ୍ୟରେ ଆଜି କାମାକ୍ଷାନଗରରେ କପିକୁ ନେଇ ପୋଲିସ ଓ ଅଭିଭାବକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ କପି ପାଇଁ ଉତ୍ତେଜନା ହୋଇଥିବା ସୂଚନା ମିଳିଛି । ଅଭିଭାବକ କପି ଯୋଗାଇବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପରୀକ୍ଷା କେନ୍ଦ୍ର ପାଚେରି ଭାଙ୍ଗି ଧସେଇ ହୋଇ ଅଭିଭାବକ ପଶିଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ଦେଖାଦେଇଥିଲା ଚାପା ଉତ୍ତେଜନା । ଗଡ଼ପଳାସୁଣୀ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ପୋଳିସ ମାଡ଼ରେ କପି ଦେବାକୁ ଯାଇଥିବା ଅଭିଭାବକ ଆହତ ହୋଇଥିଲେ । ଆହତ ହୋଇଥିବା ଅଭିଭାବକଙ୍କୁ ପରଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି ।

Get real time updates directly on you device, subscribe now.