fbpx

ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା; ବେରୋଜଗାରଙ୍କୁ ମାସକୁ ୫ ହଜାର

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାର କୌଣସି ସୁଯୋଗ ହାତଛଡା କରୁନାହିଁ ଆମ ଆଦମୀ ପାର୍ଟି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ ଆପ୍ କ୍ଷମତାକୁ ଆସିଲେ ସରକାରଙ୍କ ପକ୍ଷରୁ ୧ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନର ବିଜେପି ସରକାରକୁ ଆକ୍ରମଣ କରିବା ସହିତ କେଜ୍ରିୱାଲ ଅନେକ ସ୍କିମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜ୍ରିୱାଲ ହର ଘର ଯୋଜନା ନାମକ ଏକ ସ୍କିମ ଆଣିଛନ୍ତି, ଏହି ଯୋଜନା ଅନୁସାରେ ଘରର କୌଣସି ସଦସ୍ୟଙ୍କୁ ଚାକିରି ନ ମିଳିଲେ ପରିବାରକୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯିବ ।
ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ମାତ୍ର ୬ ମାସ ମଧ୍ୟରେ ୧ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ଏହା ସହିତ ଉତ୍ତରାଖଣ୍ଡର ଜନ ସାଧାରଣଙ୍କ ପାଇଁ ଚାକିରିରେ ୮୦ ପ୍ରତିଶତ ସଂରକ୍ଷଣ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ସୁବିଧା ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ପାଇଁ ଲାଗୁ କରାଯିବ ।

Get real time updates directly on you device, subscribe now.