fbpx

ପୁଅ ଝିଅଙ୍କ ଖରାପ୍ କଥା : ମସ୍ତିଷ୍କ ସମ୍ଭୋଗ କାହିଁକି ମାନସିକ ରୋଗ ହୁଏ?

ମସ୍ତିଷ୍କ ମନୁଷ୍ୟର ସବୁଠାରୁ ବଡ ସେକ୍ସ ଅର୍ଗାନ। ସବୁ ଭାବନା ମନୁଷ୍ୟ ପ୍ରଥମେ ମସ୍ତିଷ୍କରେ ଅନୁଭବ କରେ । ମନୁଷ୍ୟ ବିନା ଲିଙ୍ଗ ଭେଦରେ ସବୁ କିଛି ଦେଖିକି ଅନୁଭବ କରିବାକୁ ଚାହେଁ , ଖାଦ୍ୟ ଆହାର ବା ବିହାର । ଯାହାକୁ ଭର୍ଚୁଆଲ ଏକ୍ସପେରିଏନ୍ସ କୁହନ୍ତି । କାମ ଭାବ ମଧ୍ୟ ସେଥିରୁ ଗୋଟିଏ , ଅନଲାଇନରେ ଯୁବ ପୀଢ଼ି ଭର୍ଚୁଆଲ ସମ୍ଭୋଗ ପାଇଁ ବିଦେଶରୁ ଅପରେଟ ହେଉଥିବା ଅନେକ ଅନଲାଇନ୍ ସେକ୍ସ ଚାଟ ବା ଲାଇଭ କ୍ୟମେରା ସାମ୍ନାରେ ଥିବା ଯୁବକ ବା ଯୁବତୀ ନେଇ ଅନେକ ସମୟରେ ନୂଆ ଅନୁଭବ ନିଅନ୍ତି । ପର୍ଣ୍ଣ ଭିଡିଓ ଦେଖନ୍ତି ଲାଇଭ ସେକ୍ସ ପାଇଁ ଯୁବତୀଙ୍କ ଦ୍ଵାରା ଠକାମୀ ଶିକାର ହୁଅନ୍ତି । ଏହାର ମୂଳ କୌଣସି ବି ମାଧ୍ୟମରେ ପୁରୁଷ ବା ମହିଳାଙ୍କ ଯୌନ ଭାବ ବା ଉର୍ଜା ପ୍ରଶମନ ହୋଇଥାଏ, ଯାହା ଶାରୀରିକ ଅପେକ୍ଷା ଅଧିକ ମାନସିକ ଥାଏ । ହେଲେ ପ୍ରଶ୍ନ ଏ ସବୁ ମାନସିକ ହିଁ କାହିଁକି ହୁଏ ?

୧. ମନୁଷ୍ୟ ଗୋଟିଏ ଦିନରେ ୩୦୦୦ ରୁ ଅଧିକ ଥର ସେକ୍ସ୍ କଥା ଚିନ୍ତା କରିଥାଏ କିନ୍ତୁ କାହିଁକି ? ମନୁଷ୍ୟ ଶରୀର ଅପେକ୍ଷା , ମସ୍ତିଷ୍କରେ ସମ୍ଭୋଗ ବିଚାର କରିବାକୁ ଆନନ୍ଦ ପାଏ ଯାହାକୁ ଫାଣ୍ଟାସି କହନ୍ତି । ଅର୍ଥାତ୍ କେଉଁ ଏକ ବାସ୍ତବ ବା କାଳ୍ପନିକ ବ୍ୟକ୍ତି ସହ ନିଜ ହିସାବରେ କାମ କ୍ରୀଡା । ଏହା ଆରମ୍ଭରେ ଆନନ୍ଦ ଦିଏ ହେଲେ ପରବର୍ତ୍ତୀ ସମୟରେ ମାନସିକ ରୋଗର ରୂପ ନିଏ ।

୨.ସମ୍ଭୋଗ, ମିଳନ ବା ପ୍ରେମ ଏସବୁ ଏକ ଏକ ଶାରୀରିକ ଅବସ୍ଥା, ହେଲେ ଏହାର ଅନୁଭବ ଭିନ୍ନ ଭିନ୍ନ । ସମ୍ଭୋଗ କେବଳ ଶରୀର ମିଳନକୁ ବୁଝାଏ , ଯାହା ବିନା ପ୍ରେମ ଭାବରେ ସମ୍ଭବ ବା ଯାହା କେବଳ ଏକ ପ୍ରକ୍ରିୟା ଆଉ ଯେଉଁଥିରେ ନିଜ କାମନା ପ୍ରଶମନ ମୁଖ୍ୟ ଥାଏ ନା’କି ଲିପ୍ତ ଥିବା ବ୍ୟକ୍ତିର ଭାବନା। ସେହିପରି ମିଳନ କେବଳ ବଂଶ ଆଗକୁ ବଢିବା ପାଇଁ ହେଉଥିବା ଏକ ପ୍ରକ୍ରିୟା କିନ୍ତୁ ପ୍ରେମ ରେ ଦୁଇ ବ୍ୟକ୍ତିଙ୍କ ଶରୀର ମନ ମସ୍ତିଷ୍କ ଗୋଟି କୁଣ୍ଡଳୀରେ ଘୂର୍ଣ୍ଣନ ବା ବୁଲି ଥାଏ । ଆଉ ଯେଉଁଥିରେ ସମ୍ଭୋଗ ଶରୀରରୁ ଅଧିକ ଆତ୍ମାକୁ ପ୍ରାଣମୟ କରିଥାଏ । ଆଉ କାମନା ପାଇଁ ତୀବ୍ର ଇଚ୍ଛା କ୍ରମଶଃ କମ୍ ହୁଏ ।

୩. ଆଧୁନିକ ମନୁଷ୍ୟ ଶରୀର କେନ୍ଦ୍ର ମସ୍ତିଷ୍କ ହୋଇ ଯାଇଛି । ଏଭଳି କି ମନର ଭାବନା ମନୁଷ୍ୟ ମସ୍ତିଷ୍କରେ ଚିନ୍ତା କରୁଛି । ଯାହା ଦ୍ଵାରା ଶରୀର କମ୍ ମନୁଷ୍ୟ ମସ୍ତିଷ୍କ ବ୍ୟବହାର ଅଧିକ କରୁଛି । ସବୁ ଆଡ଼େ କାମନାକୁ ବ୍ୟବହାର କରି ଆକୃଷ୍ଟ କରା ଯାଉଛି । ଯେମିତି ଆମ ଲେଖା ପଢିବାକୁ ଆମେ କଲୁ । ତେବେ ଆବଶ୍ୟକ ମନୁଷ୍ୟ ଆବଶ୍ୟକ ହିସାବରେ ମସ୍ତିଷ୍କ ଆଉ ଅନ୍ୟ ଶରୀର ଅଙ୍ଗ ବ୍ୟବହାର କରିବା ଆବଶ୍ୟକ । ଆମ ଶରୀର କଣ କହୁଛି ଶୁଣିବା ଆବଶ୍ୟକ ।
୪. ମସ୍ତିଷ୍କ ସବୁ ନିୟନ୍ତ୍ରଣ କରିବାକୁ ଚାହେଁ, ସେକ୍ସ୍ ମଧ୍ୟ କାମନା ସମୟରେ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ। କାରଣ ଏହି ସମୟରେ ବଡିରେ ଶକ୍ତି ପ୍ରବାହ ହୁଏ ଆଉ ଶ୍ୱାସ ଗତି ବଦଳି ଯାଏ। ହେଲେ ମନେ ରଖିବାକୁ ହେବ ଯେବେ ସମ୍ଭୋଗରେ ପୁରା ଶରୀର ସଲଂଗ୍ନ ହେବ ତେବେ ହିଁ ପ୍ରକୃତ ଆନନ୍ଦ ମିଳିବ । ମାତ୍ର ଭର୍ତୁଆଲ ବା କେବଳ ସମ୍ଭୋଗ ଦେଖିବା ଦ୍ଵାରା ମସ୍ତିଷ୍କ ଆଉ ଜନନେନ୍ଦ୍ରୀୟ ହିଁ ଉତ୍ତେଜିତ ହୁଏ । ଯାହା ଉତ୍ତେଜନା ତ ଦିଏ ହେଲେ ତୃପ୍ତି ନୁହେଁ । ଏହାର କାରଣ ପୁରା ଶରୀର ଏଥିରେ ଆନ୍ଦୋଳିତ ହୁଏନା। ଆମ ମସ୍ତିଷ୍କ, ଆଉ ଅନ୍ୟ ସବୁ ଅଙ୍ଗ ଏକ ଅଟେ ଯାହା ପରସ୍ପର ସହ ଯୋଡ଼ା ଆଉ ପ୍ରଭାବିତ ।

୫ . କାରଣ ସ୍ପଷ୍ଟ ଅସମ୍ପୂର୍ଣ୍ଣ ସମ୍ଭୋଗ , କେବେ ସମ୍ପୂର୍ଣ ତୃପ୍ତି କୁ ଜନ୍ମ ଦେଇ ପାରେନା । ଆଉ ମସ୍ତିଷ୍କ ରୋଗା କ୍ରାନ୍ତ ହୁଏ , କାମନା ବିଚାର କରି କରି ।ଅନେକ ସମୟ ରେ ମନୁଷ୍ୟ ଭିତରେ କ୍ରୋଧ, ଭାବନା ଆସେ ଅନ୍ୟ ପ୍ରତି ଶୋଷଣ ମନୋଭାବ ଆଉ ଅନେକ ହିନ ଗ୍ରନ୍ଥି ମନକୁ କବଳିତ କରେ ।
୬ . ଠିକ ବାଟ କଣ ?
କ. ଯେବେ ବି କାମନା ବିଚାର ଆସୁଛି ଆସିବାକୁ ଦିଅନ୍ତୁ । ଏହା ସହ ଲଢ଼ିବାକୁ ଆହ୍ବାନ ଦିଅନ୍ତୁ ନାହିଁ ଆପଣ ହାରିବେ । କିମ୍ବା ପ୍ରଭାବିତ ହୁଅନ୍ତୁ ନାହିଁ ।

ଖ. ଏହି ଶକ୍ତି କୁ ସ୍ବୀକାର କରନ୍ତୁ । ବିନା ପାପ ରେ । ଆଉ ଅନୁଭବ କରନ୍ତୁ ଏହି କାମ ଜୁଆର ଯେବେ ଆସୁଛି ସମଗ୍ର ଶରୀର ଉପରେ ଏହାର ପ୍ରଭାବ ଅନୁଭବ କରନ୍ତୁ।
ଗ. ଭାବନ୍ତୁ ନାହିଁ ଅନୁଭବ କରନ୍ତୁ । ଖୁସି , ଦୁଃଖ , ରାଗ କୋଉ ବି ଭାବନା କୁ ଲଢିବା ଅପେକ୍ଷା ସ୍ବୀକାର କରନ୍ତୁ । ଆଉ ଶରୀର , ମନରେ କଣ ପରିବର୍ତ୍ତନ ଆସୁଛି ଧ୍ୟାନ ଦେଇ ଦେଖନ୍ତୁ ।
ଘ. ଶାରୀରିକ ସଂଭୋଗ କରୁଥିଲେ , ନିଜ ସାଥୀ ସହ ଶରୀରର ପ୍ରତି ଅଙ୍ଗ କୁ ଅନୁଭବ କରନ୍ତୁ । ବିନା କୌଣସି ଖରାପ୍ ଭାବନା ରେ ।

ମନେ ରଖନ୍ତୁ ଆପଣ ଯାହା ଅନୁଭବ କରିବେ ଆପଣଙ୍କ ଶରୀର ସେହି ପରି ପ୍ରତିକ୍ରିୟା ଦେବ କାରଣ ଏହା ଆପଣଙ୍କ ଅନୁଗାମୀ । ଏଣୁ ନିଜ ପ୍ରତି ଦିବ୍ୟ ଭାବନା ଅନୁଭବ କରନ୍ତୁ ଆଉ ଆପଣଂକ ସାଥି ତଥା ସମଗ୍ର ଅସ୍ତିତ୍ଵ ପ୍ରତି । ଆପଣ ଏକ ପ୍ରେମ ଆଉ ପବିତ୍ରତା ନିଜ ଭିତରେ ଜନ୍ମ ନେଇଥିବା କିଛି ଦିନରେ ହିଁ ଅନୁଭବ କରିବେ ।

Get real time updates directly on you device, subscribe now.