fbpx

ସ୍ତ୍ରୀ ଖଟା କରିଦେଲା ରୋମାନ୍ସ; ଅନ୍ୟ ମହିଳା ସହ ରେଡ ହ୍ୟାଣ୍ଡେଡ ଧରା ପଡିଲା ଆମ୍ବୁଲାନ୍ସ ଡ୍ରାଇଭର

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ନିଜ ବିବାହିତ ସ୍ତ୍ରୀ ଏବଂ ଶିଶୁ ପୁତ୍ରକୁ ଛାଡି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅନ୍ୟଜଣେ ମହିଳାଙ୍କ ସହ ବିଳାସ ପୂର୍ଣ୍ଣ ଜିବନ ବିତାଉଥିବା ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୋଲିସ । ୨୦୧୫ ମସିହାରେ ଭଦ୍ରକର ଭଣ୍ଡାରି ପୋଖରି ଅଞ୍ଚଳରେ ଏକ ଆଦିବାସୀ ମହିଳାକୁ ବିବାହ କରିବା ପରେ ପ୍ରତାରଣା ଦେଇ ଛତ୍ରପୁର ଅଞ୍ଚଳରେ ଅନ୍ୟ ଏକ ମହିଳା ସହ ରହି ଆସୁଥିବା ଗାଡି ଚାଳକଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୋଗକୁ ଭିତ୍ତି କରି ଗିରଫ କରିବାକୁ ଆସିଥିବା ଭଦ୍ରକ ପୋଲିସକୁ ୮ ଘଣ୍ଟା ନାକେଦମ ହେବାକୁ ପଡିଛି ।

ନିଜ ପତ୍ନିଙ୍କ ସହ ଶିଶୁ ପୁତ୍ରକୁ ମିଥ୍ୟା ପତିଶୁତି ଓ ପ୍ରତାରଣା ଦେଇ ଛତ୍ରପୁରରେ ଆସି ଅନ୍ୟଜଣେ ମହିଳାଙ୍କ ସହ ବିଳାଶପୂର୍ଣ୍ଣ ବୈବାହିକ ଜିବନ ବିତାଇ ଆଶୁଥିବା ଜଣେ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିବା ପାଇଁ ପୋଲିସକୁ ହେବାକୁ ପଡିଛି ନାକେଦମ । ରସିକିଆ ଡ୍ରାଇଭରଙ୍କ ସହ ରହିଆସୁଥିବା ମହିଳାଙ୍କୁ ରେଡ ହେଣ୍ଡେଡ ଧରିବା ପାଇଁ ପତ୍ନୀ ଜୋତ୍ସାରାଣୀଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ନେଇ ଭଦ୍ରକର ଭଣ୍ଡାରି ପୋଖରୀ ପୋଲିସ ପହଞ୍ଚିଥିବା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ । ଯାହାକୁ ନେଇ ରାତ୍ର ୧୨ ଘଣ୍ଟ ଠାରୁ ସକାଳ ୮ ଘଣ୍ଟ ପର୍ୟ୍ୟନ୍ତ ଚାଲିଥିଲା ଏହି ଡ୍ରାମା । ଆଉ ଶେଷରେ ଆମ୍ବୁଲାନ୍ସ ଚାଳକ ପିନା ସାମଲକୁ କାବୁ କରିଥିଲା ଭଦ୍ରକ ପୋଲିସ ଯାହାକୁ ସହାୟତା କରିଥିଲେ ଛତ୍ରପୁର ଥାନା ପୋଲିସ । ଦୀର୍ଘ ୮ ଘଣ୍ଟାର କସରତ ପରେ ଭଦ୍ରକ ପୋଲିସ ଗଞ୍ଜାମ ଜିଲ୍ଲାର ଛତ୍ରପୁରରୁ ରସିକିଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଉଠାଇ ନେଇଥିବା ବେଳେ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ନ୍ୟାୟ ନମିଳିଲେ ବିବାହିତ ମହିଳାଙ୍କ ସମେତ ପରିବାର ବର୍ଗ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି

Get real time updates directly on you device, subscribe now.