fbpx

କେଶ ଝଡିବାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଘରୋଇ ଉପକରଣ ।

କେବଳ ୨ଟି ଜିନିଷ ସାହାଯ୍ୟରେ ଆମେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରି ପାରିବା । ସର୍ବ ପ୍ରଥମେ ସୋରିଷ ତେଲ ନିଅନ୍ତୁ । ଏହା କେଶ ପାଇଁ ଖୁବ ଉପକାରୀ ଅଟେ । ଏହା ସହ ସୋରିଷ ତେଲ ଆପଣଙ୍କ କେଶ ପାଇଁ ବହୁତ ଭଲ ହୋଇଥାଏ । ସୋରିଷ ତେଲ କେଶ ଜନିତ ସବୁ ସମସ୍ୟା ତଥା କେଶ ଝଡିବା, କେଶ ଫାଟିବା ଓ କେଶ ଶୁଷ୍କ ହେବା ସମସ୍ୟାକୁ ଦୂର କରିଥାଏ । ଦ୍ଵିତୀୟ ଜିନିଷଟି ହେଲା ମେଥି । ଏହା ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ମେଥିର ଦାନାକୁ ଗ୍ରାଇଣ୍ଡରରେ ବାଟି ଏହାର ପାଉଡର ବନାଇ ନିଅନ୍ତୁ । ତା ପରେ ଏକ ପ୍ୟାନ ନେଇ ସେଥିରେ ଅଧ ତାଟିଆ ସୋରିଷ ତେଲ ନିଅନ୍ତୁ ।

ଏହା ପରେ କମ ଆଞ୍ଚରେ ଏହାକୁ ଗରମ କରନ୍ତୁ । ତେଲ ଗରମ ହେବା ପରେ ଅଧ ଚାମଚ ମେଥି ଗୁଣ୍ଡା ମିଶାନ୍ତୁ । ଏହି ପ୍ରକ୍ରିୟା ସମୟରେ ଗ୍ୟାସର ଆଞ୍ଚ କମ ରଖନ୍ତୁ । ଏହା ହଲ୍କା ମାଟିଆ ରଙ୍ଗ ହେବା ପର୍ୟ୍ୟନ୍ତ ଏହାକୁ ଚାମଚରେ ଗୋଳାନ୍ତୁ । ୩-୪ ମିନିଟ ପର୍ୟ୍ୟନ୍ତ କମ ଆଞ୍ଚଏ ଏହାକୁ ପ୍ରସ୍ତୁତ କରନ୍ତୁ । ଏହା ପରେ ଗ୍ୟାସକୁ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଏହାକୁ ଏକ ଛଣା ମାଧ୍ୟମରେ ଛାଣି ଦିଅନ୍ତୁ ।

ଯେପରି ଭାବେ ଆପଣ ନିଜ କେଶରେ ତେଲ ଲଗାଇଥାନ୍ତି ଠିକ ସେହିପରି ଆପଣଙ୍କୁ ଏହାକୁ ନିଜ କେଶରେ ଲଗାଇବେ । ଏବଂ ୨-୫ ମିନିଟ ଭଲ ଭାବରେ ମାଲିସ କରନ୍ତୁ । କାରଣ ଏହା କରିବା ଦ୍ଵାରା ତେଲ ଆପଣଙ୍କ କେଶ ମୂଳକୁ ଭଲ ଭାବରେ ଯିବ ।

ଯାହା ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ୟା ଓ କେଶରେ ଥିବା ରୂପୀ ସମସ୍ୟା ଶେଷ ହୋଇଯିବ । ଯଦି ଆପଣ ଏହାକୁ ରାତି ସମୟରେ ଲଗାଉଛନ୍ତି ତେବେ ସକାଳୁ ଆପଣ କୌଣସି ବି ସମ୍ପୁ ସାହାଯ୍ୟରେ ଏହାକୁ ଧୋଇ ଦିଅନ୍ତୁ । ଯଦି ଆପଣ ଏହି ତେଲକୁ ଦିନ ସମୟରେ ବ୍ୟବହାର କରିବେ ତେବେ ୨-୩ ଘଣ୍ଟା ପରେ ଆପଣ କେଶ ଧୋଇ ପାରିବେ ।

Get real time updates directly on you device, subscribe now.