fbpx

ଆସନ୍ତା ମାସରୁ ଏହି ବ୍ୟାଙ୍କର ଚେକବୁକ୍ ରୁ କରିପାରିବେନି ପେମେଣ୍ଟ୍, ଫଟାଫଟ୍ ବ୍ୟାଙ୍କ ସହିତ ସମ୍ପର୍କ କରନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ମାସ ଠାରୁ ଆର୍ତ୍ ଅକ୍ଟୋବର ୧ ତାରିଖରୁ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ପୁରୁଣା ଚେକ୍ ବୁକ୍ ଅମାନ୍ୟ ହୋଇଯିବ । ଅର୍ଥାତ୍ ଆସନ୍ତା ମାସ ଠାରୁ ଆପଣ ପୁରୁଣା ଚେକ୍ ବୁକ୍ ସାହାଯ୍ୟରେ ପେମେଣ୍ଟ କରିପାରିବେ ନାହିଁ । ଅକ୍ଟୋବର ମାସରୁ ଓରିଏଣ୍ଟାଲ୍ ବ୍ୟାଙ୍କ, ଆଲାହାବାଦ୍ ବ୍ୟାଙ୍କ, ୟୁନାଇଟେଡ୍ ବ୍ୟାଙ୍କର ପୁରୁଣା ଚେକ୍ ବୁକ୍ ଅମାନ୍ୟ ହୋଇଯିବ । ଏପରି ହେବାର କାରଣ ହେଲା ଓରିଏଣ୍ଟାଲ୍ ବ୍ୟାଙ୍କର ମିଶ୍ରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ହୋଇସାରିଛି । ଏନେଇ ପିଏନବି ପକ୍ଷରୁ ସୂଚନା ଦିଆଯାଇଛି ।

ପିଏନବି ପକ୍ଷରୁ ଏକ ଟୁଇଟ୍ ଜରିଆରେ କହିଛି ଯେ, ଅକ୍ଟୋବର ୧ ତାରିଖରୁ ଇ-ଓବିସି ଏବଂ ଇ-ୟୁଏନଆଇର ପୁରୁଣା ଚେକ୍ ବୁକ୍ କାମ କରିବ ନାହିଁ । ତେଣୁ ଯେଉଁ ମାନଙ୍କ ପାଖରେ ପୁରୁଣା ଚେକବୁକ୍ ରହିଛି ସେମାନେ ଉକ୍ତ ଚେକ୍ ବୁକ୍ କୁ ରିପ୍ଲେସ୍ କରିଦିଅନ୍ତୁ । ନୂତନ ଚେକ୍ ବୁକ୍ ପିଏନବି ର ଅପଡେଟେଡ୍ ଆଇଏଫଏସସି କୋଡ୍ ଏବଂ ଏମଆଇସିଆର୍ ସହିତ ଆସିବ ।

ନୂତନ ଚେକ୍ ବୁକ୍ ପାଇଁ ଏପରି କରନ୍ତୁ ଆବେଦନ

ନୂତନ ଚେକ୍ ବୁକ୍ ପାଇଁ ଆପଣ ବ୍ୟାଙ୍କର ବ୍ରାଞ୍ଚକୁ ଯାଆନ୍ତୁ । ଏହା ବ୍ୟତୀତ ଆପଣ ଅନଲାଇନ୍ ଆବେଦନ ବି କରିପାରିବେ । ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍କ ଅବା ମୋବାଇଲ ବ୍ୟାଙ୍କିଙ୍କ୍ ଜରିଆରେ ଚେକ୍ ବୁକ୍ ଆବେଦନ କରିପାରିବେ ।

Get real time updates directly on you device, subscribe now.