fbpx

ଖରାପ ପାଣିପାଗ କାରଣରୁ ସୁରକ୍ଷା ବାହିନୀଙ୍କ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ

ଉଧମପୁର: ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ହେଲିକ୍ୟାପ୍ଟର୍ କ୍ରସ୍ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ଜିଲ୍ଲାର ଶିବଗଡ ଧର଼ ଠାରେ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା କ୍ଷଣି ପୋଲିସ୍ ଟିମ୍ ସେଠାରେ ଯାଇ ପହଞ୍ଚିଛନ୍ତି । ସୂଚନା ଯେ, ଉକ୍ତ ସ୍ଥାନରେ ପାଣିପାଗ ଭଲ ନଥିଲା ଓ କୁହୁଡ଼ି ପଡ଼ିଥିବା ପରି ଦୃଶ୍ୟମାନ ହୋଇଥିଲା । ଯାହା ଫଳରେ ରୁଟ୍ ଭଲ ଭାବରେ ଦେଖାଯାଇନ ଥିଲା ଓ ହେଲିକାପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଉଧମପୁର ଡିଆଇଜି ଙ୍କ ସୂଚନା ମୁତାବକ, ପୋଲିସ୍ ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେହି ସ୍ଥାନକୁ ତୁରନ୍ତ ବାହାରିଯାଇଛନ୍ତି । ଉକ୍ତ ସ୍ଥାନରେ କୁହୁଡ଼ିଆ ପାଗ ଥିବାରୁ ହେଲିକାପ୍ଟର ଟି କ୍ରସ୍ ଲାଣ୍ଡିଂ ହୋଇଛି । ତେବେ ଏହି ଦୁର୍ଘଟଣାରେ ଉଭୟ ପାଇଲଟ୍ ଓ ସହ-ପାଇଲଟ୍ ଆହତ ହୋଇଛନ୍ତି ।

Get real time updates directly on you device, subscribe now.