fbpx

ଡଲଫିନ୍ ସହିତ ରଖିଥିଲେ ଯୌନ ସମ୍ପର୍କ, ଅଲଗା ହେବାରୁ ଜୀବନ ହାରିଦେଲା ଜୀବ: ମହିଳାଙ୍କ ଦାବି

ନୂଆଦିଲ୍ଲୀ: ପଶୁଙ୍କୁ ମଣିଷ ଭଲ ପାଇବା ତ ଅତି ସ୍ୱାଭାବିକ କଥା । କିନ୍ତୁ ଜଣେ ମହିଳା ଡଲଫିନ୍ ସହିତ ଯୌନ ସମ୍ପର୍କ ରଖିବା ଘଟଣା କେବେ ଆପଣ ଶୁଣିଛନ୍ତି କି? ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଡେଲି ମେଲ ରିପୋର୍ଟ ମୁତାବକ, ମହିଳାଙ୍କ ସହିତ ଯୌନ ସମ୍ବନ୍ଧ ଶେଷ ହେବା ପରେ ସେହି ଡଲଫିନଟି ଆତ୍ମହତ୍ୟା କରିଥିଲା ।

ଏହି ଘଟଣା୧୯୬୦ ଦଶକରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ମାଗରେଟ ହୋୱେ ଲୋୱେଟ ନାମକ ଜଣେ ମହିଳା ଡଲଫିନ୍ ସହିତ ଯୋଗାଯୋଗ କରିବା ପାଇଁ ନାସା ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପରେ ଅଂଶଗ୍ରହଣ କରିଥିଲେ । ଏହି ଯୋଜନାରେ ଡଲଫିନ୍ ପାଖରେ କେତେ ବୁଦ୍ଧି ଅଛି ଓ ତାହା ମଣିଷଠାରୁ କେତେ ଅଧିକ ଜାଣିବାକୁ ଚେଷ୍ଟା କରାଯାଇଥିଲା ।

ଏହାକୁ ନେଇ ୨୦ ବର୍ଷୀୟା ମାଗରେଟ ଡଲଫିନ୍ ନ୍ୟୁରୋସାଇଣ୍ଟିଷ୍ଟ ଜନ୍ ଲିଲିଙ୍କ ସହ କାମ କରିବା ପାଇଁ ଏକ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ ଓ ତାଙ୍କୁ ସେଣ୍ଟ ଥୋମାସର କାରିବିଆନ ଦ୍ୱୀପରେ ରଖାଯାଇଥିଲା । ମାଗରେଟ କହିଛନ୍ତି ଯେ, ‘ସେଠାରେ ୩ ଡଲଫିନ ଥିଲେ, ଯାହାଙ୍କର ନାଁ ପିଟର, ପାମେଲା ଓ ସିସୀ ଥିଲା । ସେମାନଙ୍କ ମଧ୍ୟରେ ପାମେଲା ସବୁଠାରୁ ବଡ଼ ଥିଲା । ପାମେଲା ଅଧିକ ଲାଜୁଆ ଓ ଡରୁଆ ଥିବା ବେଳେ ପିଟର ଅଧିକ ଯୁବା ଓ ଦୁଷ୍ଟ ଥିଲା ବୋଲି ମାଗରେଟ କହିଛନ୍ତି ।

ପିଟର ଓ ମାଗରେଟଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ବିକାଶିତ ହୋଇଥିଲା । ଏହି କାରଣରୁ ଯେବେ ମାଗରେଟ ଅନ୍ୟ ଡଲଫିନ ସହ ଅଧିକ ସମୟ ବିତାଉଥିଲେ, ସେବେ ପିଟରକୁ ଈର୍ଷା କରୁଥିଲା । ପିଟର ମାଗରେଟକୁ ପ୍ରେମ କରୁଥିଲା ଓ ସେମାନଙ୍କ ସମ୍ପର୍କ ଏତେ ଗଭୀର ଥିଲା ଯେ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ମଧ୍ୟ ହୋଇସାରିଥିଲା । କିନ୍ତୁ ପ୍ରକଳ୍ପ ସାରି ମାଗରେଟ ଅଲଗା ହୋଇ ଚାଲିଯିବା ପରେ ପିଟର ଆତ୍ମହତ୍ୟା କରିଥିବା ହସଲରର ଏକ ପତ୍ରିକାରେ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.