fbpx

ଅଙ୍ଗନବାଡ଼ି କର୍ମୀଙ୍କ ଫଟୋ ସହ ଅଶ୍ଲୀଳ ମନ୍ତବ୍ୟ ପୋଷ୍ଟ୍, ଜଣେ ଗିରଫ

ସମ୍ବଲପୁର(ଓଡ଼ିଶା ଭାସ୍କର): ଦିନକୁ ଦିନ ଲୋକମାନେ ନିଜ ନିଜର ୟୁଟ୍ୟୁବ ଚ୍ୟାନେଲ କରି ଭିଡିଓ ପୋଷ୍ଟ କରିବାକୁ ଲାଗିଛନ୍ତି । କିଏ ସୋସିଆଲ ମିଡିଆରେ ପୋଷ୍ଟ ଭଲ ଉଦ୍ଦେଶ୍ୟରେ କରୁଛି ତ ଆଉ କିଏ ଖରାପ ଉଦ୍ଦେଶ୍ୟରେ କରୁଛି । ସେହିପରି ୟୁଟ୍ୟୁବ ଚ୍ୟାନେଲରେ ଅଶ୍ଲୀଳ ପୋଷ୍ଟିଂ କରି ଜଣେ ଗିରଫ ହୋଇଛି । ଅଶ୍ଲୀଳ ମନ୍ତବ୍ୟ ଥାଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଫଟୋ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ । ବଲାଙ୍ଗିର ଅଞ୍ଚଳରୁ ଅଭିଯୁକ୍ତକୁ ସାଇବର ଥାନା ପୋଲିସ ଗିରଫ କରିଛି । ଘଟଣାକୁ ନେଇ ଅଧିକ ତନାଘନା କରୁଛି ପୋଲିସ ।

Get real time updates directly on you device, subscribe now.