fbpx

ବର୍ଷା ଜଳରୁ ବିଦ୍ୟୁତ ଉତ୍ପାଦନ; ଆଇଆଇଟି ଦିଲ୍ଳୀର ଆବିଷ୍କାର

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ପକ୍ଷରୁ ଏକ ନୂତନ ଯନ୍ତ୍ର ଆବିଷ୍କାର କରାଯାଇଛି । ଏହି ଯନ୍ତ୍ର ସାହାଯ୍ୟରେ ବର୍ଷା ଜଳ ଏବଂ ନଦୀ ଜଳରୁ ସହଜରେ ବିଦ୍ୟୁତ ଉତ୍ପାଦନ କରାଯାଇପାରୁଛି । କେବଳ ବର୍ଷାଜଳ ଓ ନଦୀ ଜଳ ନୁହେଁ କୌଣସି ସାଧାରଣ ଜଳ ସ୍ରୋତ ଏବଂ ସମୁଦ୍ର ଢେଉରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ । ଏହି ବିଦ୍ୟୁତକୁ ଏକ ବ୍ୟାଟେରୀ ମାଧ୍ୟମରେ ସଂରକ୍ଷିତ କରାଯାଇ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ରଖାଯାଇଥାଏ । ଏହି ଯନ୍ତ୍ରଟିର ନାମ ଲିକ୍ୱିଡ-ସଲିଡ୍ ଇଣ୍ଟରଫେସ ଟ୍ରାଇବୋଇଲେକ୍ଟ୍ରିକ ନାନୋ ଜେନେରେଟର ରଖାଯାଇଛି । ଟ୍ରାଇବୋଇଲେକ୍ଟ୍ରିକ ପ୍ରଭାବ ଦ୍ୱାରା ଏହି ବିଦ୍ୟୁତ ସଂରକ୍ଷିତ ରହିଥାଏ ।

ଟ୍ରାଇବୋଇଲେକ୍ଟ୍ରିକ ଇଫେକ୍ଟରେ ଘର୍ଷଣ ଦ୍ୱାରା ଶକ୍ତି ଉତ୍ପାଦିତ ହୋଇଥାଏ । ଏଥିରେ ବ୍ୟବହୃତ ନାନୋ ଟେକ୍ନୋଲୋଜିରୁ ସହଜରେ ବିଦ୍ୟୁତ ଉତ୍ପାଦିତ ହୋଇଥାଏ । ନାନୋ କମ୍ପୋଜାଇଟ ପଲିମର ଏବଂ କିଛି ଇଲେକ୍ଟ୍ରୋଡ ଜରିଆରେ ଏହି ବିଦ୍ୟୁତ ଉତ୍ପାଦିତ ହୋଇଥାଏ । ଏହି ଯନ୍ତ୍ର ସାହାଯ୍ୟରେ କିଛି ମିଲିୱାଟ ବିଦ୍ୟୁତ ଉତ୍ପାଦିତ ହୋଇଥାଏ । ଏହି ବିଦ୍ୟୁତ ଦ୍ୱାରା ହେଲ୍ଥ ସେନ୍ସର, ଘଣ୍ଟା, ଡିଜିଟାଲ ଥର୍ମୋମିଟର ଏବଂ ପେଡୋମିଟର ଚଳା ଯାଇ ପାରିବ । ଏହା ସହିତ ରିସର୍ଚ୍ଚରୁ ଏହା ମଧ୍ୟ ପ୍ରମାଣିତ ହୋଇଛି କି ମଧୁର ଜଳ ତୁଳନାରେ ଲବଣାକ୍ତ ଜଳରୁ ଅଧିକ ବିଦ୍ୟୁତ ସଂଗୃହୀତ ହୋଇଥାଏ । ପଦାର୍ଥ ବିଜ୍ଞାନ ପ୍ରଫେସର ନୀରଜ ଖାରେଙ୍କ ନେତୃତ୍ୱରେ ଏହି ରିସର୍ଚ୍ଚ କରାଯାଇଥିଲା ।

Get real time updates directly on you device, subscribe now.