fbpx

ମଝି ଆକାଶରେ ଧକ୍କା ହେଲେ ଦୁଇ ବିମାନ: ଚଳନ୍ତା ବିମାନରୁ ଡେଇଁଲେ ପାଇଲଟ୍ ଓ ଯାତ୍ରୀ,ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ମଝି ଆକାଶରେ ପରସ୍ପରକୁ ଧକ୍କା ଦେଲେ ଦୁଇ ବିମାନ। ଜୀବନ ବଞ୍ଚାଇବା ପାଇଁ ବିମାନରୁ ଡେଇଁ ପଡ଼ିଥିଲେ ପାଇଲଟ୍ ଓ ସମସ୍ତ ଯାତ୍ରୀ। ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ତଥା ପାଇଲଟଙ୍କ କୌଣସି କ୍ଷତି ହୋଇ ନଥିଲା। ୮ ବର୍ଷ ପୂର୍ବେ ଘଟିଥିବା ଏହି ଦୁର୍ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି। ଦୁର୍ଘଟଣାରେ ଗୋଟିଏ ବିମାନ ଭାଙ୍ଗି ଯାଇଥିବା ବେଳେ ଅନ୍ୟଟି କ୍ଷତିଗ୍ରସ୍ତ ହୋଇ ଅବତରଣ କରିଥିଲା। Cnn ପକ୍ଷରୁ ସେ ସମୟରେ ଏହାକୁ ଚମତ୍କାର ବୋଲି କୁହାଯାଇ ଥିଲା।

ଏହି ଦୁର୍ଘଟଣା ୨୦୧୩ ମସିହାରେ ୱିସ୍କଂସିସ ନିକଟରେ ହୋଇଥିଲା। ସ୍କାଇ ଦାଇଭିଂ ପ୍ରଶିକ୍ଷକ ମାର୍କ ରବିନସନଙ୍କ ଅନୁଯାୟୀ ଦୁଇଟି ଯାକ ବିମାନ ଏକ ସାଙ୍ଗରେ ଉଡାଣ ଭରିଥିଲେ। ଦୁଇଟି ଯାକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଗୋଟିଏ ବିମାନରେ ନିଆଁ ଲାଗି ଯାଇଥିଲା। ବିମାନରେ ନିଆଁ ଲାଗି ଯାଇଥିବା ବେଳେ ଏହାର wind shield ଭାଙ୍ଗି ଯାଇଥିଲା। ବିମାନଟିରୁ ଡେଇଁବା ପୂର୍ବରୁ ଏକ ଜୋରଦାର ଶବ୍ଦ ଶୁଣିଥିଲେ। ସୌଭାଗ୍ୟ ବଶତଃ ପାରଚୁଟ ଜରିଆରେ ସମସ୍ତ ଯାତ୍ରୀ ନିରାପଦରେ ଓହ୍ଲାଇଥିଲେ। ଭିଡିଓ ଭାଇରାଲ ହେବା ପରେ ଏହାକୁ ବେଶ୍ ପସନ୍ଦ କରିଛନ୍ତି।

Get real time updates directly on you device, subscribe now.