fbpx

ନିମାପଡା ରାସ୍ତାରେ ଷଣ୍ଢ ଆତଙ୍କ, ବୁଲା ଷଣ୍ଢ ଆକ୍ରମଣରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଗୁରୁତର

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବିଜ୍ଞାପିତ ଅଂଚଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି ବୁଲା ଗୋରୁ ଓ ଷଣ୍ଢ । ଯାହାଦ୍ୱାରା ଲୋକମାନଙ୍କୁ ଆକ୍ରମଣ କରିବା ସହିତ ଗ୍ରୋସରୀ ସାମଗ୍ରୀ, ପନିପରିବା ବାଇକରୁ ଭିଡି ଖାଇବା ସହ ବାଇକ ଫୋପାଡୁଛନ୍ତି। ଗୁରୁବାର ମଧ୍ୟାହ୍ନ ସମୟରେ ପ୍ରାଣୀ ଚିକିତ୍ସାଳୟର ଜଣେ କର୍ମଚାରୀ ବାଇକରେ ଯାଉଥିବା ବେଳେ ନିମାପଡା ମୁଖ୍ୟ ବଜାରରେ ଏକ ବୁଲା ଷଣ୍ଢ ଆକ୍ରମଣ କରିଥିଲା । କର୍ମଚାରୀଙ୍କ ସମବେଦନା ସ୍ଥାନରେ ଗୁରୁତର ଆଘାତ ଲାଗିଥିବାରୁ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ବାରମ୍ବାର ବୁଲା ଗୋରୁ ଗାଈଙ୍କ ଉପରେ କଟକଣା ଲଗାଇବା ପାଇଁ ପରିଷଦ ନିକଟରେ ଦାବୀ ହୋଇଆସୁଛି । ପରିଷଦ ଏଥି ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ନିମାପଡାରେ ଗୋଶାଳା ନିର୍ମାଣ ପାଇର୍ ଦୀର୍ଘଦିନ ହେବ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି । ଏଥି ପ୍ରତି ପରିଷଦ ପକ୍ଷରୁ କୌଣସି ତତ୍ପରତା ଦେଖାଯାଉନାହିଁ । ରାତି ଦିନ ଶହ ଶହ ଗୋରୁ ଓ ଷଣ୍ଢ ମୁଖ୍ୟ ରାସ୍ତାରେ ଶୋଇରହିବା ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଛନ୍ତି ।

Get real time updates directly on you device, subscribe now.