fbpx

ପାନ୍ କାର୍ଡ ଚୋରି ହୋଇଗଲେ ଫଟାଫଟ୍ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାନ୍ କାର୍ଡ, ଆଧାର କାର୍ଡ ଇତ୍ୟାଦି ଜରୁରୀ ଦସ୍ତାବିଜ୍ ପାଲଟିଯାଇଛି । ତେଣୁ ଏସବୁକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ । ପାନ୍ କାର୍ଡ ନଥିଲେ ଆର୍ଥିକ ନେଣ ଦେଣରେ ବି ଅନେକ ସମସ୍ୟା ଦେଖାଦେଇଥାଏ । ଆଉ ଏପରି ସ୍ଥିତିରେ ଯଦି ଆପଣଙ୍କ ପାନ୍ କାର୍ଡ ହଜିଯାଏ ତେବେ ଆପଣ ଆହୁରି ଜଟିଳ ସମସ୍ୟାରେ ପଡ଼ିଯାଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ପାନ୍ କାର୍ଡ ହଜିଗଲେ ଆପଣ ପ୍ରଥମେ କଣ କରିବେ ।

ପାନ୍ କାର୍ଡ ହଜିଗଲେ ପ୍ରଥମରେ ଆପଣ ପୋଲିସ୍ ପାଖରେ ଯାଇ ଅଭିଯୋଗ କରନ୍ତୁ । ଏହାପରେ ପାନ୍ କାର୍ଡର ଡୁପ୍ଲିକେଟ୍ କପି ପାଇଁ ଆବେଦନ କରିପାରିବେ । ଆୟକର ବିଭାଗ ପକ୍ଷରୁ ନିକଟରେ ଏକ ନୁତନ ୱେବସାଇଟ୍ ଲଞ୍ଚ କରିଛନ୍ତି । ଏହା ଜରିଆରେ ଆପଣ ଘରେ ବସି ଇ-ପାନ୍ ଡାଉନଲୋଡ୍ କରିପାରିବେ ।

୧. ଇ-ପାନ୍ ଡାଉନଲୋଡ୍ କରିବା ପାଇଁ ସବୁଠାରୁ ପ୍ରଥମେ ଆୟକର ବିଭାଗ ୱେବସାଇଟ୍ ରେ ଲଗ୍-ଇନ୍ କରନ୍ତୁ ।
୨. ଏହାପରେ ‘Instant E PAN’ ଅପସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ ‘New E PAN’ ଅପସନ୍ କୁ କ୍ଲିକ୍ କରନ୍ତୁ ।
୩. ଏହାପରେ ନିଜର ପାନ୍ ନମ୍ବର ସେଠାରେ ଦିଅନ୍ତୁ । ଆଉ ଯଦି ପାନ୍ ନମ୍ବର ମନେ ନାହିଁ ତେବେ ଆଧାର କାର୍ଡ ନମ୍ବର ବି ଦେଇପାରିବେ ।
୪. ଏଠାରେ ଅନେକ ନିୟମ ଓ ସର୍ତ୍ତ ଦିଆଯାଇଥିବ, ସେସବୁ କୁ ଭଲ ଭାବରେ ପଢ଼ି ‘ଇମମରକ୍ଟ୍ରଗ୍ଧ’ ଉପରେ କ୍ଲିକ୍ କରନ୍ତୁ । ଏହାପରେ କନଫର୍ମ ଉପରେ କ୍ଲିକ୍ କରନ୍ତୁ ।
୫. କନଫର୍ମ କରିବା ପରେ ଆପଣଙ୍କ ଇମେଲ୍ ଆଇଡି ରେ ପାନ୍ ପିଡିଏଫ୍ ଫରମାଟ୍ ରେ ଆସିଯିବ । ଏଠାରୁ ଆପଣ ନିଜର ଇ-ପାନ୍ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.