fbpx

ଡ଼ବଲ ମର୍ଡ଼ର ମାମଲା, ମୁହଁ ଖୋଲିଲେ ଅନୁପ ସାଏଙ୍କ ପତ୍ନୀ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଡ଼ବଲ ମର୍ଡ଼ର (କଳ୍ପନା ଦାସ ଓ ଝିଅ ବବଲି) ମାମଲାରେ ଗିରଫ ହୋଇଥିଲେ । ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ ।
ଆଜି ପ୍ରଥମ ଥର ପାଇଁ ଅନୁପ ସାଏଙ୍କ ପତ୍ନୀ ଏହି ମାମଲରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୃତ କଳ୍ପନା ଦାସଙ୍କୁ ଜାଣିନାହାନ୍ତି । ଯେଉଁଦିନ ମୋ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା ସେଦିନ କଳ୍ପନାଙ୍କ ନାମ ଶୁଣିଲି । ଘରେ କେବେ କଳ୍ପନାଙ୍କ ନାଁ ନେଇ ଚର୍ଚ୍ଚା ମଧ୍ୟ ହୋଇନଥିଲା । କାହାକୁ କିଛି ନଜଣାଇ ମୋ ସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହାସହ ଏହି ଘଟଣାରେ ମୋ ପୁଅକୁ ମଧ୍ୟ ନୋଟିସ ଦିଆଯାଇଛି ।
ଶେଷକୁ ପୋଲିସ ତଦନ୍ତ ପ୍ରକ୍ରିୟାରେ ଖୁସି ନାହାନ୍ତି ବୋଲି ମଧ୍ୟ ଅନୁପ ସାଏଙ୍କ ପତ୍ନୀ କହିଛନ୍ତି । ଏହାସହ ସେହି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ପ୍ରକୃତ ଦୋଷୀ ଯିଏ ଧରାପଡ଼ୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.