fbpx

ନିଖୋଜ CRPF ଯବାନଙ୍କ କଙ୍କାଳ ଉଦ୍ଧାର

ରାୟଗଡା,୨୩ ।୨(ଓଡିଶା ଭାସ୍କର): ରାୟଗଡ ନୂଆସାହି ଆଞ୍ଜିଆପେଟା ଅଞ୍ଚଳରୁ ଆଜି ଏକ ନରକଙ୍କାଳ ଉଦ୍ଧାର ହୋଇଛି । କଙ୍କାଳ ନିକଟରୁ ଏକ ବ୍ୟାଗ୍ ଓ ପରିଚୟ ପତ୍ର ଠାବ କରାଯାଇଛି । ଏହି କଙ୍କାଳଟି ଉତ୍ତରପ୍ରଦେଶର ନିଖୋଜ ସିଆରପିଏଫ୍ ଯବାନ ଧରମ ଦେବଙ୍କର ବୋଲି ଜଣାପଡିଛି । ସେ ୪ର୍ଥ ସିଆରପିଏଫ୍ ବାଟାଲିୟନ ପାଇଁ କାମ କରୁଥିଲେ । ଗତ ୨୯ରୁ ସେ ନିଖୋଜ ଥିଲେ । ଚଳିତ ମହୋତ୍ସବରେ ଡ୍ୟୁଟିକୁ ଯାଇ ଧରମ ନିଖୋଜ ହୋଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନଥିଲା ।

Get real time updates directly on you device, subscribe now.